Odisha Link
Bridging the Missing Links in Odisha

ପାକିସ୍ତାନରେ ଭୂକମ୍ପ, ରାଜଧାନୀରେ ଝଟ୍‌କା

ଓଏଲ୍‌ ବ୍ୟୁରୋ: ପୁଣି ଥରିଲା ରାଜଧାନୀ ଦିଲ୍ଲୀ। ଦିଲ୍ଲୀ ଏନସିଆରରେ ଭୂକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ପାକିସ୍ତାନ ହୋଇଥିବାବେଳେ ସେଠାରେ ୫.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଏହାର ଝଟକା ଭାରତର ଦିଲ୍ଲୀ ଏନସିଆର ଏବଂ ଉତ୍ତର ଭାରତର ଏକାଧିକ ଅଞ୍ଚଳରେ ଅନୁଭୂତ ହୋଇଛି। ଉତ୍ତର ଭାରତ ସମେତ ଆଫଗାନିସ୍ତାନରେ ମଧ୍ୟ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି।