କେନ୍ଦ୍ରାପଡ଼ାରେ କୁମ୍ଭୀର ଭୟ, ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର

ଓଏଲ୍ ବ୍ୟୁରୋ: କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ। ଆଳିରେ ପୁଣି ଲୋକଙ୍କ ମନରେ ଭୟ ବଢିଛି। ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଥିବା ଜଣା ପଡିଛି। ମଇଁଷି ସହ ଯୋର ପାର୍ ହେବା ବେଳେ କୁମ୍ଭୀର ଟାଣିନେଇଥିବା ଖବର ସାମ୍ନାକୁ ଆସିଛି। ଦିନିଆରି ଗାଁ ନିକଟ ଯୋରରେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର। ବୃଦ୍ଧ ଜଣ ଅଜାମ୍ବର ନାୟକ ନାମକ ବ୍ୟକ୍ତି ଇଚ୍ଛାପୁର ଗାଁର ଗ୍ରାମବାସୀ ବୋଲି ଜଣା ପଡିଛି। ତେବେ ବୃଦ୍ଧଙ୍କୁ ଗ୍ରାମବାସୀ ଖୋଜାଖୋଜି କରୁଛନ୍ତି।
ସୂଚନା ଅନୁସାରେ, ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଜଣେ ଯୁବକଙ୍କୁ କୁମ୍ଭୀର ଟାଣି ନେଇଥିଲା। ପରେ ମାର୍ଶାଘାଇ ବ୍ଲକ କସଟିବାଲି ଗାଁ ଲୁଣା ନଦୀ ନିକଟରେ ଜଣେ ବ୍ୟକ୍ତିଙ୍କୁ କୁମ୍ଭୀରର ଆକ୍ରମଣ କରିଥିଲା। ବ୍ୟକ୍ତି ଜଣକ ସତର୍କ ଥିବାରୁ କୁମ୍ଭୀର ଆକ୍ରମଣରୁ ଅଳ୍ପକେ ବର୍ତ୍ତିଥିଲେ। ବାରମ୍ବାର ଏଭଳି କୁମ୍ଭୀର ଆକ୍ରମଣ କାରଣରୁ ଗ୍ରାମବାସୀଙ୍କ ମନରେ ଭୟର ବାତ୍ତାବରଣ ସୃଷ୍ଟି କରିଛି।