କୋଣାର୍କରେ ଏଏସ୍ଆଇ ଟିମ୍, ଏଡିଜିଙ୍କ ନେତୃତ୍ବରେ ସ୍ଥିତି ଅନୁଧ୍ୟାନ ଜାରି

ଓଏଲ୍ ବ୍ୟୁରୋ: ଆଜି ଏଏସ୍ଆଇ ଟିମ୍ ରତ୍ନଭଣ୍ଡାର ଯାଞ୍ଚ କରିବ। ଏହା ପୂର୍ବରୁ ୬ ଜଣିଆ ଏଏସ୍ଆଇ ଦଳ କୋଣାର୍କ ସୂର୍ଯ୍ୟମନ୍ଦିରରେ ପହଂଚିଛନ୍ତି। ଏଡିଜି ଜାନ୍ଭିଜ୍ ଶର୍ମାଙ୍କ ନେତୃତ୍ବରେ କୋଣାର୍କ ସୂର୍ଯ୍ୟମନ୍ଦିରରେ ଏଏସ୍ଆଇ ଟିମ୍ ଅନୁଧ୍ୟାନ କରିଛି।କୋଣାର୍କ ମନ୍ଦିରର ସଂରକ୍ଷଣ ଓ ଗର୍ଭଗୃହରୁ ବାଲିକଢ଼ା ସ୍ଥିତି ନେଇ ଅନୁଧ୍ୟାନ କରାଯାଇଛି।
ସୂଚନା ଅନୁସାରେ, କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର। ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ। ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି। ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି।
କ୍ଷୟକ୍ଷତିକୁ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି। ଦୀର୍ଘ ୧୨୦ ବର୍ଷ ଧରି କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରେ ଭର୍ତ୍ତି ହୋଇରହିଥିବା ବାଲି ବାହାର କରାଯାଉଛି। ଗର୍ଭଗୃହରୁ ବାଲିକଢ଼ା କାମ ୩ ବର୍ଷରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ଏହି କାର୍ଯ୍ୟ ଜାରି ରହିଛି।