Odisha Link
Bridging the Missing Links in Odisha

ସୁଭଦ୍ରା ଦ୍ୱନ୍ଦ୍ୱ: ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ସୁଭଦ୍ରା ଟଙ୍କାକୁ ନେଇ ଦ୍ଵନ୍ଦ୍ଵରେ ଥିବା ଆବେଦନକାରୀଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ୨ ହଜାର ମହିଳାଙ୍କ ଆବେଦନ ଖାରଜ ହୋଇଛି। ଆକାଉଣ୍ଟ ସଠିକ୍‌ ନଥିବାରୁ ଆବେଦନ ରିଜେକ୍ଟ ହୋଇଥାଇପାରେ। ଶତ ପ୍ରତିଶତ ଆବେଦନ କ୍ଲିୟର ହୋଇଛି, ଆଉ ପେଣ୍ଡିଂ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଗତକାଲି ପ୍ରଧାନମନ୍ତ୍ରୀ ନିଜ ଜନ୍ମଦିନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ମହିଳାଙ୍କ ସୁବିଧା ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନିଜ ଜନ୍ମଦିନରେ ଏହି ଯୋଜନାର ଶୁଭାରମ୍ଭ କରି ପ୍ରାୟ ୨୫ ଲକ୍ଷ ୧୧ ଜଣ ମହିଳା ହିତାଧିକାରୀଙ୍କୁ ୫ ହଜାର ଲେଖାଏଁ ଟଙ୍କା ପ୍ରଦାନ କରିଛନ୍ତି।

ସୁଭଦ୍ରା ଆବେଦନକାରୀଙ୍କ ସଂଖ୍ୟା ୭୨ ଲକ୍ଷରେ ପହଞ୍ଚିଥିବାବେଳେ ମୋଦିଙ୍କ ଜନ୍ମଦିନରେ ୨୫ ଲକ୍ଷ ମହିଳା ହିତାଧିକାରୀଙ୍କୁ ୫ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯାଇଥିବା ସୂଚନା ରହିଛି। ତେବେ ଏସବୁ ଭିତରେ ପ୍ରଥମରୁ ଆବେଦନ କରିଥିବା କିଛି ହିତାଧିକାରୀ ଟଙ୍କା ମିଳିନଥିବା ନେଇ ଦ୍ୱନ୍ଦ୍ୱ ଥିବା କହିଥିବାବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସ୍ପଷ୍ଟୋକ୍ତି ରଖିଛନ୍ତି।

Leave A Reply

Your email address will not be published.