Odisha Link
Bridging the Missing Links in Odisha

ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ଆତିଶୀ, ଚର୍ଚ୍ଚାରେ କେଜ୍ରିଓ୍ୱାଲଙ୍କ ଚୌକି

ଓଏଲ୍‌ ବ୍ୟୁରୋ: ଦିଲ୍ଲୀକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ। ୩ୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଆମ୍‌ ଆଦମୀ ପାର୍ଟିର ବରିଷ୍ଠ ନେତ୍ରୀ ଆତିଶୀ ମର୍ଲେନ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୋମବାର ସଚିବାଳୟରେ ପହଞ୍ଚି ସେ ନିଆରା ଢ଼ଙ୍ଗରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। କେଜ୍ରିଓ୍ୱାଲଙ୍କ ପାଇଁ ସେ ଆସନ ଖାଲି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଆତିଶୀଙ୍କ କାର୍ଯ୍ୟାଳୟରେ ଦୁଇଟି ଚୌକି ଲଗାଯାଇଛି। ଅରବିନ୍ଦ କେଜରିୱାଲଙ୍କ ଚେୟାର ପାର୍ଶ୍ୱରେ ଅନ୍ୟ ଏକ ଚୌକିରେ ବସି ଆତିଶୀ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ଆରମ୍ଭ କରିଛନ୍ତି।

ଆତିଶୀ କହିଛନ୍ତି, ଆଜି ମୋ ମନରେ ସେହି ଭଳି ଯନ୍ତ୍ରଣା ଅଛି, ଯାହା ଭରତଙ୍କ ଥିଲା। ଯେଉଁଭଳି ଭାବରେ ଭରତ ସିଂହାସନରେ ଭଗବାନ ରାମଙ୍କ କଠଉ ରଖି ରାଜ୍ୟଭାର ସମ୍ଭାଳିଥିଲେ। ସେହିପରି ମୁଁ ମଧ୍ୟ ଆସନ୍ତା ୪ ମାସ ପାଇଁ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବି। ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆତିଶୀ। ମୁଖ୍ୟମନ୍ତ୍ରୀ ଆତିଶୀଙ୍କ କାର୍ଯ୍ୟାଳୟରେ ଦୁଇଟି ଚୌକି ଲଗାଯାଇଛି। ଅରବିନ୍ଦ କେଜରିୱାଲଙ୍କ ଚେୟାର ପାର୍ଶ୍ୱରେ ଅନ୍ୟ ଏକ ଚୌକିରେ ବସି ଆତିଶୀ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଆସନ୍ତା ବର୍ଷ ତଥା ୨୦୨୫ ଫେବ୍ରୁଆରୀ ମାସରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ।

ସୂଚନା ଅନୁସାରେ, ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଗିରଫ ହୋଇଥିଲେ କେଜ୍ରିୱାଲ। ସେ ୬ ମାସ ଜେଲରେ ରହିବା ପରେ ସେପ୍ଟେମ୍ବର ୧୪ରେ ତାଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଥିଲା। ଏହା ପରଦିନ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ। ଏହି ଘୋଷଣାର ଦୁଇ ଦିନ ପରେ କେଜ୍ରିୱାଲ ନିଜ ପଦରୁ ଇସ୍ତଫା ଦେଇଥିଲେ ଏବଂ ବିଧାୟକ ଦଳ ବୈଠକରେ ଆତିଶୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଥିଲା। ଏବେ ସେ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.