ଭରତପୁର ଥାନା ଘଟଣା: ତଦନ୍ତ ନେଇ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ବଡ଼ ବୟାନ…

ଓଏଲ୍ ବ୍ୟୁରୋ: ଭରତପୁର ଥାନାରେ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ନିର୍ଯାତନା ଦେବା ଘଟଣା ପୂରା ଦେଶରେ ହଇଚଇ ସୃଷ୍ଟି କରିଛି। ଭରତପୁର ଥାନା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରବିବାର କେନ୍ଦୁଝର ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରି ଉପୋରକ୍ତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଦ୍ବାରା ଉକ୍ତ ତଦନ୍ତ ହେବ। ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ କମିଶନଙ୍କୁ ଅନୁରୋଧ କରାଯାଇଥିବା ଜଣାପଡିଛି।
ଏହି ଘଟଣାରେ ଜଷ୍ଟିସ ଚିତ୍ତ ରଞ୍ଜନ ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ ହେବନାହିଁ, କମିଶନ ଦଣ୍ଡ ପ୍ରଦାନ ଅଧିକାରୀ ନୁହେଁ। ଏଥିରେ ଘଟଣାରେ ସଂପୃକ୍ତ ବିଭିନ୍ନ ପକ୍ଷଙ୍କ ଭୂମିକା ବିଷୟରେ ତଦନ୍ତ ହୁଏ। କମିଶନର ତଦନ୍ତ ରିପୋର୍ଟ ଗ୍ରହଣ କରିବେ କି ନାହିଁ ତା’ ସରକାରଙ୍କ ଇଚ୍ଛା। ସୋସିଆଲ ମିଡିଆ ନିଜକୁ ଗଭୀର ସମୁଦ୍ର ଭାବୁଛନ୍ତି। କୌଣସି ଝିଅ ବିଷୟରେ କିଛି ନଜାଣି ଏମିତି ମନ୍ତବ୍ୟ ଦେବା ଠିକ୍ ନୁହେଁ। ସୋସିଆଲ ମିଡିଆ ଓ ମିଡିଆର ପ୍ରି ଟ୍ରାଏଲ୍ ଜଣେ ବିଚାରପତିଙ୍କ ଉପରେ ଚାପ ପକାଏ। ଜନ ସାଧାରଣକୁ ଅପିଲ ସୋସିଆଲ ମିଡିଆରେ ସେ ଝିଅ ପ୍ରତି ଅଶାଳୀନ ମନ୍ତବ୍ୟ ଦିଅନ୍ତୁନି।
ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗୃହ ବିଭାଗ ତଦନ୍ତ ନେଇ ବିଜ୍ଞପ୍ତି ପ୍ରକାଶ କରିଛି। ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ତଦନ୍ତ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୁବତୀ, ମେଜର, ପୁଲିସଙ୍କୁ ଦୁର୍ବ୍ୟବହାର ଓ ମାଡ଼ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଭରତପୁର ଥାନା, କ୍ରାଇମବ୍ରାଞ୍ଚ ଓ ଚନ୍ଦକା ଥାନା ମାମଲାର ତଦନ୍ତ ନିର୍ଦ୍ଦେଶ ଜାରି ହୋଇଛି। ସମସ୍ତ ଅଭିଯୋଗକୁ ବିଚାରକୁ ନେଇ ତଦନ୍ତ କରିବାକୁ ସୁପାରିସ୍ ଦିଆଯାଇଛି। ଏହାସହିତ ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ତ୍ବରାନ୍ବିତ କରିବା ପାଇଁ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି।