Odisha Link
Bridging the Missing Links in Odisha

ପରଲୋକରେ ପ୍ରଖ୍ୟାତ କବି ତଥା ନାଟ୍ୟକାର ହରିହର ମିଶ୍ର

ଓଏଲ୍‌ ବ୍ୟୁରୋ: ପ୍ରଖ୍ୟାତ କବି, ସାହିତ୍ୟକ, ନାଟ୍ୟକାର ହରିହର ମିଶ୍ରଙ୍କ ୮୪ବର୍ଷ ବୟସରେ ଦେହାନ୍ତ ହୋଇଛି। ଆଜି ସକାଳ ୯ଟା ସମୟରେ ପୁରୀ ସ୍ଥିତ ତାଙ୍କ ବାସଭବନରେ ବିୟୋଗ ହୋଇଛି। କିଛି ଦିନ ଧରି ସେ ଅସୁସ୍ଥ ଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ହୋଇଛି। ହରିହର ମିଶ୍ର ୧୯୪୦ ମସିହା ନଭେମ୍ବର ୧୯ ତାରିଖରେ ପୁରୀର ମାର୍କଣ୍ଡେଶ୍ୱର ସାହିରେ ଜନ୍ମଗ୍ରହଣ କରିଥିଲେ। ଏକାଧାରରେ ଜଣେ କବି, ଗାଳ୍ପିକ, ଅନୁବାଦକ ଓ ନାଟ୍ୟକାର ଭାବରେ ଖ୍ୟାତି ଅର୍ଜନ କରିଥିଲେ ହରିହର ମିଶ୍ର। ଅଧ୍ୟାପନା ବୃତ୍ତିରେ ଥାଇ ସେ ସାହିତ୍ୟ ସର୍ଜନା ସହିତ ରେଡ଼ିଓ ନାଟକରେ ମଧ୍ୟ ଅଭିନୟ କରିଛନ୍ତି। ୨୦୧୬ ମସିହାରେ, ସେ ଓଡ଼ିଶା ସାହିତ୍ୟ ଏକାଡେମୀର ୩୧ତମ ସଭାପତି ଭାବରେ ନିଯୁକ୍ତ ହୋଇଥିଲେ।