ରାଉରକେଲା ଇସ୍ପାତ କାରଖାନାରେ ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

ଓଏଲ୍ ବ୍ୟୁରୋ: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଘଟଣ। ଆଜି ସକାଳ ୯ଟାରେ ଷ୍ଟିଲ ପ୍ଲାଣ୍ଟରେ ବଡ଼ ଧରଣଣ ଅଘଟଣ ଘଟିଛି। ଏହି ବିସ୍ଫୋରଣରେ ୫ ଜଣ ଶ୍ରମିକ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।
ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଏସ୍ଏମ୍ଏସ୍-୧ ୟୁନିଟ୍ରେ ଏହି ଭୟାନକ ବିସ୍ଫୋରଣ ହୋଇଛି। ସକାଳ ପ୍ରାୟ ୯ଟା ବେଳେ ଏହି ଅଘଟଣ ଘଟିଛି। ଗୁରୁତର ୫ ଶ୍ରମିକଙ୍କୁ ତୁରନ୍ତ ଆଇଜିଏଚ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ରହିଛି।