Odisha Link
Bridging the Missing Links in Odisha

ବିଜେଡି କଳି: ୪ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍

ଓଏଲ୍ ବ୍ୟୁରୋ: ଭୁବନେଶ୍ୱର ବିଜେଡି କଳିକୁ ନେଇ ଚର୍ଚ୍ଚା ବଢୁଥିବାବେଳେ ଭୁବନେଶ୍ୱରର ୪ ବିଜେଡି ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଦଳରେ ବିଶୃଙ୍ଖଳା ସୃଷ୍ଟି ନେଇ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଭୁବନେଶ୍ୱର ଜିଲ୍ଲା ସଭାପତି ସୁଶାନ୍ତ ରାଉତ ଏହି ନୋଟିସ ଜାରି କରିଛନ୍ତି। ୧୫ ଦିନ ମଧ୍ୟରେ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭୁବନେଶ୍ୱର ୱାର୍ଡ ନମ୍ବର ୧୪ର କର୍ପୋରେଟର ଅମରେଶ ଜେନା, ୱାର୍ଡ ନମ୍ବର ୫୯ କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର, ବିଜୁ ଯୁବ ଜନତା ଦଳର ଭୁବନେଶ୍ୱର ଏକାମ୍ରର ସଭାପତି ରାଜେଶ ପାତ୍ର, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ବିବେକ ସ୍ବାଇଁଙ୍କୁ ଦଳରେ ବିଶୃଙ୍ଖଳା ସୃଷ୍ଟି ନେଇ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି।