Odisha Link
Bridging the Missing Links in Odisha

ୟୁପି ଦଙ୍ଗା: ପୁଲିସର ଏନ୍‌କାଉଣ୍ଟର

ଓଏଲ୍‌ ବ୍ୟୁରୋ: ଉତ୍ତରପ୍ରଦେଶ ବାହାରିଚ ଦଙ୍ଗା ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ପୁଲିସ ଆଜି ଏନକାଉଣ୍ଟର କରିଛି। ସମ୍ପୃକ୍ତ ୨ ଅଭିଯୁକ୍ତ ନେପାଳ ଖସିଯିବାକୁ ଯୋଜନା କରୁଥିବା ପୁଲିସ ଜାଣିବାକୁ ପାଇବା ପରେ ଏନକାଉଣ୍ଟର କରିଛି। ୨ ହତ୍ୟା ଅଭିଯୁକ୍ତଙ୍କୁ ଗୁଳି କରିଛି ଉତ୍ତରପ୍ରଦେଶ ପୁଲିସ। ଅଭିଯୁକ୍ତ ସରଫରାଜ ଓ ଫାହିମ୍‌ଙ୍କୁ ପୁଲିସର ଏନକାଉଣ୍ଟର କରିଛି।

ସୂଚନା ଅନୁସାରେ, ଉତ୍ତର ପ୍ରଦେଶର ବାହାରିଚରେ ଦଙ୍ଗା ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ଯୋଗୀ ଅଦିତ୍ୟନାଥ ପୁଲିସକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ କ୍ରମେ ପୁଲିସ ତଦନ୍ତ କରିବା ସହ ଏନ୍‌କାଉଣ୍ଟର କରିଛି। ତେବେ ମୂର୍ତ୍ତି ବିସର୍ଜନକୁ ଦଙ୍ଗା ହୋଇଥିଲା। ଯେଉଁଥିରେ ଜଣେ ଯୁବକଙ୍କ ଜୀବନ ଚାଲିଯାଇଥିଲା।