ଜୀବଜନ୍ତୁଙ୍କ ସୁରକ୍ଷାକୁ ଗୁରୁତ୍ୱ, ଏଣିକି ଅଭୟାରଣ୍ୟରେ ବୁଲିବ ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ

ଓଏଲ୍ ବ୍ୟୁରୋ: ଅଭୟାରଣ୍ୟ ରେଞ୍ଜ ଅଫିସର ଦକ୍ଷତା ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ବିଭିନ୍ନ ଅଭୟାରଣ୍ୟକୁ ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ ପ୍ରଦାନ କରାଯାଇଛି। ଏହି କ୍ରମରେ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ୧୨ଟି ପାଟ୍ରୋଲିଂ ଭ୍ୟାନ ମିଳିଥିବାବେଳେ ବାଲୁଖଣ୍ଡ ଓ କପିଳାସ ଅଭୟାରଣ୍ୟକୁ ମଧ୍ୟ ପାଟ୍ରୋଲିଂ ଭ୍ୟାନ ପ୍ରଦାନ କରାଯାଇଛି। ଏହି ପାଟ୍ରୋଲିଂ ଭ୍ୟାନ ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ। ପାଟ୍ରୋଲିଂ ଭ୍ୟାନ ଗୁଡ଼ିକରେ ଜିପିଏସ୍ ନାଭିଗେସନ୍ ବ୍ୟବସ୍ଥା ରହିବ। ପାଟ୍ରୋଲିଂ ଭ୍ୟାନରେ ବନ୍ୟପ୍ରାଣୀଙ୍କ ଉଦ୍ଧାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଥିବା ସୂଚନ ରହିଛି।