Odisha Link
Bridging the Missing Links in Odisha

ମନ୍ତ୍ରୀଙ୍କ ବଡ଼ ଘୋଷଣା: ଏଣିକି ଦିବ୍ୟାଙ୍ଗଙ୍କ ଘରେ ଦିଆଯିବ ରାସନ

ଓଏଲ୍‌ ବ୍ୟୁରୋ: ରାସନକାର୍ଡ ଧାରୀଙ୍କ ସମସ୍ୟା ଦୂର କରିବା ପାଇଁ ଦିବ୍ୟାଙ୍ଗ ରାସନକାର୍ଡ ଧାରୀଙ୍କ ଘରେ ରାସନ ପହଂଚାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଣିକି ଦିବ୍ୟାଙ୍ଗ ରାସନ୍ କାର୍ଡଧାରୀଙ୍କ ଘରେ ପହଂଚିବ ରାସନ୍। ଆଉ ସେମାନଙ୍କୁ ଡିଲର ପଏଣ୍ଟକୁ ଆସିବା ଆବଶ୍ୟକ ପଡ଼ିବ ନାହିଁ। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଦେଇଛନ୍ତି।

ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଆଗକୁ ଚାଉଳ ଗହମ ରାସନ୍ କାର୍ଡଧାରୀଙ୍କୁ ଏକାଠି ମିଳିବ। ଥରେ ଟିପ ଚିହ୍ନ ଦେଇ ଲୋକେ ଚାଉଳ ଗହମ ଏକାସଙ୍ଗେ ନେଇପାରିବେ। ଏହାସହ କଣ୍ଟ୍ରୋଲ ଡିଲର୍ ମାନଙ୍କ କୋଭିଡ ବେଳର ବକେୟା ଆସନ୍ତା ସପ୍ତାହେ ଭିତରେ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।