Odisha Link
Bridging the Missing Links in Odisha

ରାଜ୍ୟରେ ଲାଗୁ ହେବ ସମୃଦ୍ଧ କୃଷକ ଯୋଜନା, ବାଜିଲା କ୍ୟାବିନେଟ ମୋହର

ଓଏଲ୍‌ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଆୟୋଜିତ ହୋଇଛି। ବୈଠକରେ ୫ଟି ନୂଆ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଥିବା ସୂଚନା ରହିଛି। ‘ସୁଭଦ୍ରା’ ଯୋଜନାରେ ସଂଶୋଧନ ପାଇଁ କ୍ୟାବିନେଟ୍‌ ନିଷ୍ପତ୍ତି ନିଆଯାଇଛି। ‘ସୁଭଦ୍ରା’ ଯୋଜନାରେ ସଂଶୋଧନ ସମେତ ୬ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଛି। ଧାନର ଏମଏସପି ମୂଲ୍ୟ ବୃଦ୍ଧି ହୋଇ ୩୧୦୦ ଟଙ୍କା ସ୍ଥିର ହୋଇଥିବାବେଳେ ଏଥିରେ କ୍ୟାବିନେଟ ମୋହର ବାଜିଛି।

କୃଷକଙ୍କ ଆର୍ଥିକ ସ୍ତିତି ସ୍ୱଚ୍ଛଳ କରିବା ପାଇଁ ସମୃଦ୍ଧ କୃଷକ ଯୋଜନା ନାମରେ ଏକ କଲ୍ୟାଣକାରୀ ଯୋଜନା ଲାଗୁ କରିବାକୁ ନିଷ୍ପତି ନିଆଯାଇଛି। ଏହି ଯୋଜନାରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ପାଇଁ ପଞ୍ଜୀକୃତ ଚାଷୀମାନଙ୍କ ଠାରୁ ସର୍ବନିମ୍ନ ସହାୟକ ମୂଲ୍ୟ ସହ କ୍ୱିଣ୍ଟାଲ ପିଛା ୩,୧୦୦ ଟଙ୍କାରେ ଧାନ କ୍ରୟ କରାଯିବ।