Odisha Link
Bridging the Missing Links in Odisha

ବାତ୍ୟା ପୂର୍ବରୁ ବିଦ୍ୟୁତ୍ ସେବା ଠପ୍, ଅନ୍ଧାରରେ କଟକ ଶିଶୁଭବନ

ଓଏଲ୍‌ ବ୍ୟୁରୋ: ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ। ଭଦ୍ରକ, କେନ୍ଦ୍ରାପଡ଼ାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ କରିଥିବା ନେଇ ପାରାଦୀପ ରାଡାର୍‌ ତଥ୍ୟରୁ ପାଣିପାଗ ବିଜ୍ଞାନୀ ସୂଚନା ଦେଇଛନ୍ତି। ବାତ୍ୟା ସମୟରେ ବିଦ୍ୟୁତ ବିଭାଗ ସଜାଗ ଥିବା ସୂଚନା ଦେଇଥିବାବେଳେ ବାତ୍ୟା ପୂର୍ବରୁ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। କଟକ ଶିଶୁଭବନରେ ଦୀର୍ଘ ସମୟ ହେବ ଲାଇନ ନାହିଁ। ଟ୍ରାନ୍ସଫର୍ମର ପୋଡ଼ି ଯିବାରୁ ୩ ଘଣ୍ଟା ହେବ ବିଦ୍ୟୁତ ସେବା ଠପ୍ ହୋଇଛି।

ଅନ୍ୟପଟେ, ବାତ୍ୟା ପ୍ରଭାବରେ କିଛି ସ୍ଥାନରେ ପାଗ କୋହଲା ଦେଖିବାକୁ ମିଳିଛି। ପାରାଦୀପରୁ ୫୬୦ କିମି ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା। ପଶ୍ଚିମବଙ୍ଗ ସାଗରଦ୍ବୀପରୁ ୬୩୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି। ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ମାଡ଼ି ଆସୁଛି ଦାନା। ଏନେଇ ଭାରତୀୟ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।