Odisha Link
Bridging the Missing Links in Odisha

ରାସନକାର୍ଡରୁ ବାଦ୍ ପଡ଼ିବେ ଅଯୋଗ୍ୟ ହିତାଧିକାରୀ, ମନ୍ତ୍ରୀ ଦେଲେ ବଡ଼ ସୂଚନା..

ଓଏଲ୍‌ ବ୍ୟୁରୋ: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଇ-କେୱାଇସିକୁ ନେଇ ସାଧାରଣରେ ଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, ସରକାରଙ୍କ ଲକ୍ଷ ଯେଉଁମାନେ ଭୂତ ରାସନକାର୍ଡ କିମ୍ବା ଅଯୋଗ୍ୟ ସେମାନଙ୍କୁ ବାଦ୍ ଦେବା। ରୋହିଙ୍ଗ୍ୟା କିମ୍ବା ବିଦେଶୀଙ୍କୁ ମିଳିଥିବା ରାସନ କାର୍ଡର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରୋହିଙ୍ଗ୍ୟାମାନେ କାର୍ଡ ପାଇଥିଲେ ଏହାକୁ କଟାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଇ-କେଓ୍ୱାଇସି ଯାଞ୍ଚ ଚାଲିଛି। ଆଉ ୧୦ ଦିନ ଭିତରେ ଯାଞ୍ଚ ଶେଷ ହେବ। ଏହାପରେ ଯେଉଁମାନେ ଅଯୋଗ୍ୟ ଥିବେ ରାଜ୍ୟ ସରକାର ସେମାନଙ୍କ କାର୍ଡ କାଟିବେ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.