Odisha Link
Bridging the Missing Links in Odisha

ଏଥର ଦୀପାବଳିରେ ୨ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି, ଜାରି ହେଲା ମାର୍ଗଦର୍ଶିକା

ଓଏଲ୍‌ ବ୍ୟୁରୋ: ଦୀପାବଳିରେ ବାଣ ଫୁଟାଇବା ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ସନ୍ଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇବା ଲାଗି ଅନୁମତି ମିଳିଛି। ତେବେ କମ୍‍ ପ୍ରଦୂଷଣଯୁକ୍ତ ଏବଂ ୧୨୫ ଡେସିବଲ୍‍ରୁ କମ୍‍ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବାକୁ ପରାମର୍ଶ ଦିଆଯାଇଛି। ସିରିଜ ବାଣ ଫୁଟାଇବା ମନା କରାଯାଇଛି। ଏହା ସହ ପାର୍କ, ବଗିଚା ନିକଟରେ ବାଣ ଫୁଟାଇବା ବାରଣ କରାଯାଇଛି।

ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋର୍ଟ ଓ ଧାର୍ମିକ ଅନୁଷ୍ଠାନର ୧୦୦ ମିଟର ଭିତରେ ବାଣଫୁଟା ଯାଇପାରିବ ନାହିଁ। ସେହିପରି ରାସ୍ତା ଉପରେ, ଯାନବାହନ ଅଧିକ ଚଳାଚଳ କରୁଥିବା ସ୍ଥାନ ଓ ବସ୍ତି ଅଞ୍ଚଳ ଆବାସସ୍ଥଳୀ ନିକଟରେ ବାଣଫୁଟା ବାରଣ ରହିଛି। ଶବ୍ବ ସୃଷ୍ଟିକାରୀ ବାଣକୁ ୧୦ ବର୍ଷ ବୟସରୁ କମ ପିଲା ପୁଟାଇବା ମନା। ଖୋଲାସ୍ଥାନରେ କେବଳ ସବୁଜ ବାଣ ଫୁଟାଯାଇପାରିବ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଗାଇଡଲାଇନରେ ରହିଛି। ବାଣ ପୁଟାଇବା ବେଳେ ସୂତା ପୋଷାକ ପିନ୍ଧିବାକୁ କୁହାଯାଇଛି।