Odisha Link
Bridging the Missing Links in Odisha

ଆଖି ବୁଜିଲା ‘ଯଶୋଦା’

ଓଏଲ୍‌ ବ୍ୟୁରୋ: ଆଖି ବୁଜିଲା ଯଶୋଦା। ଶିମିଳିପାଳ ଜେନାବିଲ ରେଞ୍ଜରେ ପ୍ରାଣ ହରାଇଲା ୩୬ ବର୍ଷ ବୟସର ହାତୀ ଯଶୋଦା। ଏନେଇ ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। କିଛି ଦିନ ତଳେ ଚନ୍ଦକାରେ ଥିବା ବେଳେ ଯଶୋଦା ହାତୀ ଅସୁସ୍ଥ ହୋଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାକୁ ଶିମିଳିପାଳ ଜେନାବିଲ ରେଞ୍ଜକୁ ସ୍ଥାନାନ୍ତର କରାଯାଇଥିଲା। ଅକ୍ଟୋବର ୩୧ ତାରିଖରେ ଶିମିଳିପାଳରେ ଚିକିତ୍ସାଧୀନ ଅବସ୍ଥାରେ ଯଶୋଦା ହାତୀର ମୃତ୍ୟୁ ହୋଇଥିବା ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।