Odisha Link
Bridging the Missing Links in Odisha

ବାର୍‌ହା ପାଇଁ ପଡ଼ିଥିଲା ଫାଶ, ଚାଲିଗଲା ଯୁବକଙ୍କ ଜୀବନ

ଓଏଲ୍‌ ବ୍ୟୁରୋ: କାମାକ୍ଷାନଗରରେ ଘଟିଥିବା ଅଘଟଣ ଖବର ସାମ୍ନାକୁ ଆସିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ହୋଇଛି। ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଦ୍ୱାରା ଯୁବକଙ୍କ ମୃତ୍ୟୁ ହୋଇଛି। ଜଙ୍ଗଲ ନିକଟ ଜମିରେ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଦ୍ୱାରା ଜୀବନ ଚାଲିଯାଇଛି ।

ସୂଚନା ଅନୁସାରେ, ବାର୍‌ହା ଶିକାର ପାଇଁ ବିଦ୍ୟୁତ ତାର ବିଛା ଯାଇଥିଲା। ହେଲେ ସେ ବିଦ୍ୟୁତ ତାରରେ ବାର୍‌ହା ପଡିବା ଆଗରୁ ଜଣେ ଯୁବକ ପଡ଼ିଥିଲେ। ଶ୍ବଶୁର ଘର ବାଉଁଶପାଳରୁ ଜଣେ ଯୁବକ ଫେରୁଥିବା ବେଳେ ଅଘଟଣ ଘଟିଛି।