Odisha Link
Bridging the Missing Links in Odisha

ମୋ ବସ୍ ଚାଳକଙ୍କ ପାଇଁ କଟକଣା: ଏଣିକି ୪୦ କିମି ବେଗରେ ଗଡ଼ିବ ମୋ ବସ୍

ଓଏଲ୍‌ ବ୍ୟୁରୋ: ଗତ କିଛି ଦିନ ହେବ ବାରମ୍ବାର ଦୁର୍ଘଟଣା ପରେ ମୋ ବସ୍ ଚାଳକଙ୍କ ପାଇଁ କଟକଣା ଜାରି ହୋଇଛି। ମୋ ବସରେ ସ୍ପିଡ ଲିମିଟ୍ ରଖାଯିବ। ସହରରେ ଘଣ୍ଟା ପ୍ରତି ୪୦ କିମି ବେଗରେ ଗଡ଼ିବ ମୋ ବସ୍। ସହର ବାହାରେ ଘଣ୍ଟାପ୍ରତି ୫୦ କିମି ବେଗରେ ଚାଲିବ। ବିଭିନ୍ନ ସ୍ଥାନରେ ମୋ ବସର ଦୁର୍ଘଟଣା ପରେ ବିଭାଗୀୟ ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦେଲେ ମନ୍ତ୍ରୀ। ସବୁ ଗାଡିରେ ସ୍ପିଡ ଗଭର୍ଣ୍ଣର ରହିବ। ଲାଇସେନ୍ସ ଥିବା ଅଭିଜ୍ଞ ଡ୍ରାଇଭରଙ୍କୁ ଗାଡି ଚାଳନା ଅନୁମତି ମିଳିବ। ମଦ ପିଇ ଗାଡି ଚଳାଉଛନ୍ତି ନା ନାହିଁ ଯାଞ୍ଚ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।