Odisha Link
Bridging the Missing Links in Odisha

ବଡ଼ ଖବର: ଡିସେମ୍ବର ୧୫ରେ ଓସିଏସ୍ ପ୍ରିଲିମିନାରୀ ପରୀକ୍ଷା

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ୍) ପ୍ରିଲିମିନାରୀ ପରୀକ୍ଷା ନେଇ ବଡ ଖବର ସାମ୍ନାକୁ ଆସିଛି। ସ୍ଥଗିତ ରଖାଯାଇଥିବା ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ୍) ପ୍ରିଲିମିନାରୀ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଡିସେମ୍ବର ୧୫ ରବିବାର ଦିନ ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ୍) ପ୍ରିଲିମିନାରୀ ପରୀକ୍ଷା ୨୦୨୩-୨୪ ଅନୁଷ୍ଠିତ ହେବ।

ସୂଚନା ଅନୁସାରେ, ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଅକ୍ଟୋବର ୨୭ ତାରିଖରେ ହେବାକୁ ଥିବା ପ୍ରିଲିମ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ପରୀକ୍ଷା ସ୍ଥଗିତ ନେଇ ଓପିଏସ୍‌ସି ପକ୍ଷରୁ ଗତ ୨୩ରେ ସୂଚନା ଦିଆଯାଇଥିଲା। ତେବେ ପରୀକ୍ଷା ତାରିଖ ଘୋଷଣା ହୋଇଥିବାବେଳେ ଓପିଏସ୍‌ସି ୱେବସାଇଟରେ ସବିଶେଷ ତଥ୍ୟର ବିବରଣୀ ମିଳିପାରିବ।

https://www.opsc.gov.in/Public/OPSC/Default.aspx