Odisha Link
Bridging the Missing Links in Odisha

ଆମ୍ବଟାକୁଆ ମୃତ୍ୟୁ ଘଟଣା: ଆସିଲା ରିପୋର୍ଟ

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଚହଳ ପକାଇଥିବା କନ୍ଧମାଳ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ଜଣଙ୍କ ମୃତ୍ୟୁ ପ୍ରସଙ୍ଗ। ଏହି ମୃତ୍ୟୁ ପ୍ରସଙ୍ଗର ଆରଡିସି ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାକୁ ନେଇ ମଧ୍ୟ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଏସବୁ ଭିତରେ ଆମ୍ବଟାକୁଆ ମୃତ୍ୟୁ ରିପୋର୍ଟ ସାମ୍ନାକୁ ଆସିଛି।

କନ୍ଧମାଳ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ରିପୋର୍ଟ ଅନୁସାରେ, ଆମ୍ବଟାକୁଆ ଓ ଅତ୍ୟଧିକ ବାସି ଭାତ ଖାଇଥିବରୁ ମୃତ୍ୟୁ ହୋଇଥାଇପାରେ। ଅସ୍ବାସ୍ଥ୍ୟକର ପରିବେଶରେ ରଖାଯାଇଥିଲା ଖାଦ୍ୟ। ଯେଉଁଥିପାଇଁ ଖାଦ୍ୟ ବିଷାକ୍ତ ହୋଇଯାଇଥିଲା। ଖାଇବା ପରେ ଝାଡ଼ା, ବାନ୍ତି ଓ ପେଟବ୍ୟଥା ହୋଇଥିଲା। ମୃତ୍ୟୁ ପଛରେ ଏହା କାରଣ ହୋଇଥାଇପାରେ ବୋଲି କନ୍ଧମାଳ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ରିପୋର୍ଟରେ ଉଲ୍ଲେଖ ରହିଛି।