Odisha Link
Bridging the Missing Links in Odisha

ଗୋମାତାଙ୍କ ପାଇଁ ୩୪୨ କୋଟି ମଞ୍ଜୁର

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ମତ୍ସ୍ୟ ଓ ପଶୁସମ୍ପଦର ବିକାଶ ସହ ଚାଷୀମାନଙ୍କୁ ଆର୍ଥିକ ସୁବିଧା ଯୋଗାଇ ଦେବାପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଯୋଜନା ଗୋମାତା(ଗୋଲ୍ ଫର ମ୍ୟାନେଜମେଂଟ ଆଣ୍ଡ ଟ୍ରିଟମେଂଟ ଅଫ ଆନିମଲ)କୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏହି ଯୋଜନାରେ ୩ବର୍ଷ ପାଇଁ ମୋଟ ୩୪୨.୬୫କୋଟି ଟଙ୍କା ବ୍ୟୟବରାଦ ରହିଛି। ରାଜ୍ୟ ଚାଷୀମାନଙ୍କୁ ପ୍ରାଣୀ ଚିକିତ୍ସାଳୟ, ପ୍ରାଣୀଧନ ସହାୟତା କେନ୍ଦ୍ର ଓ ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା ସେବା ମାଧ୍ୟମରେ ଚିକିତ୍ସା, ଟୀକାକରଣ, ରୋଗ ନିୟନ୍ତ୍ରଣ ଆଦି ସେବା ଏହି ଯୋଜନାରେ ଯୋଗାଇ ଦିଆଯିବ। ଏହା ସହିତ ବାର୍ଷିକ ଅଢ଼େଇ କୋଟି ଟୀକାକରଣ ଓ ବାର୍ଷିକ ୧.୩୦କୋଟି ପ୍ରାଣୀଧନର ଚିକିତ୍ସା କରାଯାଇପାରିବ।