Odisha Link
Bridging the Missing Links in Odisha

ଦିଲ୍ଲୀରେ ଭୟଙ୍କର ପ୍ରଦୂଷଣ, ଆଜିଠୁ ଜିଆର୍‌ଏପି-୪ କଟକଣା ଲାଗୁ

ଓଏଲ୍‌ ବ୍ୟୁରୋ: ଦିଲ୍ଲୀରେ ଚିନ୍ତା ବଢ଼ାଉଛି ବାୟୁ ପ୍ରଦୂଷଣ। ସକାଳୁ ସକାଳୁ ଦେଶର ରାଜଧାନୀର ବିଭିନ୍ନ ସ୍ଥାନ ବିଷାକ୍ତ ବାୟୁରେ ଛାଇ ହୋଇ ରହିଛି। ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ମୁତାବକ ଇଣ୍ଡିଆ ଗେଟ ସମେତ ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ମାନ ୪୦୦ ଟପିଛି। ବାୟୁର ମାନ ସିଭିୟର୍ ପ୍ଲସ୍ ବା ଅତି ଖରାପ ବର୍ଗରେ ପହଁଞ୍ଚିଛି। ମୁକାବିଲା ପାଇଁ ଆଜିଠୁ ଜିଆର୍‌ଏପି-୪ କଟକଣା ଲାଗୁ ହୋଇଛି। ଆଜିଠାରୁ କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ବିଦ୍ୟାଳୟଗୁଡ଼ିକ ଅଫ୍‌ଲାଇନ ମୋଡ୍‌ରେ ଖୋଲିବ। ଅନ୍ୟ ସମସ୍ତ ଶ୍ରେଣୀ ପାଇ ଅନଲାଇନରେ ପାଠପଢ଼ା ହେବ।

ସୋସିଆଲ ମିଡିଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ କହିଛନ୍ତି, ସୋମବାରଠାରୁ ଜିଆର୍‌ଏପି-୪ ଲାଗୁ ହେବା ସହିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବ୍ୟତୀତ ସମସ୍ତ ଛାତ୍ରଙ୍କ ପାଇଁ ଅଫଲାଇନ୍‌ କ୍ଲାସ୍‌ ବନ୍ଦ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ଅନ୍‌ଲାଇନ୍‌ କ୍ଲାସ କରିବେ।

କ୍ରମାଗତ ୫ମ ଦିନରେ ଦିଲ୍ଲୀର ପ୍ରଦୂଷଣସ୍ତର ବିପଜ୍ଜନକ ସ୍ତରରେ ରହିଥିବା ବେଳେ ଦିଲ୍ଲୀ ସରକାର ଏହି ଘୋଷଣା କରିଛନ୍ତି। ଫେଜ ରେସ୍‌ପନ୍ସ ଆକ୍ସନ ପ୍ଲାନ୍‌ (ଜିଆରଏପି)ର ଚତୁର୍ଥ ପର୍ଯ୍ୟାୟରେ ଦିଲ୍ଲୀ-ନ୍ୟାଶନାଲ କ୍ୟାପିଟାଲ ରିଜିଅନ (ଏନ୍‌ସିଆର୍‌) ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ଆୟୋଗ ଲାଗୁ ହେବାର କିଛି ଘଣ୍ଟା ପରେ ଏହି ଘୋଷଣା କରାଯାଇଛି।