Odisha Link
Bridging the Missing Links in Odisha

ଠାବ ହେଲା କୋଟି କୋଟି ଟଙ୍କାର ସଂପତ୍ତି, ବନ୍ଧା ହେଲେ ଡିଜିଏମ୍

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଓପିଏଚଡବ୍ଲ୍ୟୁସି (ଓଡ଼ିଶା ଷ୍ଟେଟ ପୁଲିସ ହାଉସିଂ ଆଣ୍ଡ ଓ୍ବେଲଫେୟାର କର୍ପୋରେସନ) ବ୍ରହ୍ମପୁର ଡିଭିଜନ୍‌ର ଡିସିଏମ। କୋଟି କୋଟି ଟଙ୍କାର ସଂପତ୍ତି ଠାବ ହେବା ପରେ ବନ୍ଧା ହେଲେ ଡିଜିଏମ୍ ସୁବାଷ ଚନ୍ଦ୍ର ପଣ୍ଡା।

ଗତକାଲି ଡିଜିଏମ୍(ଡେପୁଟି ଜେନେରାଲ ମ୍ୟାନେଜର) ସୁବାଷ ଚନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଥିଲା। ରେଡ୍‌ ଚାଲିଥିବା ବେଳେ ଭିଜିଲାନ୍ସ ଠାବ କଲାଣି କେଜିଏ ସୁନା।

ଆଇଗିଣିଆରେ ୩ ମହଲା କୋଠା, ବରିମୁଣ୍ଡରେ ୨ ମହଲା କୋଠା, ଭୁବନେଶ୍ବରରେ ୪ଟି ବହୁମୂଲ୍ୟ ପ୍ଲଟ, ୮୭୦ ଗ୍ରାମ ସୁନା ଠାବ ହୋଇଛି। ଏଯାବତ ୧୩ ଲକ୍ଷ ଟଙ୍କା, ଗୋଟିଏ କ୍ରେଟା ଓ ଆଉ ଗୋଟିଏ ବେନାମୀ କାର୍‌ ଠାବ ହୋଇଛି।