Odisha Link
Bridging the Missing Links in Odisha

ଆସିଲା +୨ ପରୀକ୍ଷା ସୂଚୀ: ଜାଣନ୍ତୁ କେଉଁ ଦିନ କେଉଁ ପରୀକ୍ଷା ଦେବେ ଛାତ୍ରଛାତ୍ରୀ..

ଓଏଲ୍‌ ବ୍ୟୁରୋ: ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ +୨ ପରୀକ୍ଷା ତାରିଖ ଘୋଷଣା ହୋଇଛି। ଫେବ୍ରୁଆରୀ ୧୮ରୁ ଯୁକ୍ତଦୁଇ ପରୀକ୍ଷା ହେବ। ଯୁକ୍ତଦୁଇ ପରୀକ୍ଷା ନେଇ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଫେବ୍ରୁଆରୀ ୧୮ରୁ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୭ ଯାଏଁ ପରୀକ୍ଷା ଚାଲିବ। ଫେବ୍ରୁଆରୀ ୧୮ରୁ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଫେବ୍ରୁଆରୀ ୧୯ରୁ ବାଣିଜ୍ୟ ଓ କଳା ବିଭାଗର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଜାନୁଆରୀ ୨ରୁ ୧୨ ଯାଏଁ ଯୁକ୍ତଦୁଇ ପ୍ରାକ୍ଟିକାଲ ପରୀକ୍ଷା ହେବ। ଦିନ ୧୦ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ।

ଜାଣନ୍ତୁ କେଉଁ ଦିନ ଅଛି କେଉଁ ପରୀକ୍ଷା..

ପରୀକ୍ଷା ସୂଚୀ ଅନୁସାରେ, ଫେବୃଆରୀ ୧୮ରେ ବିଜ୍ଞାନ ବିଭାଗର ଏମ୍‌ଆଇଏଲ୍‌ ଓଡ଼ିଆ ପରୀକ୍ଷା। ୧୯ରେ କଳା ଓ ବାଣିଜ୍ୟ ପିଲାଙ୍କ ଏମ୍‌ଆଇଏଲ୍‌ ଓଡ଼ିଆ ପରୀକ୍ଷା। ଫେବୃଆରୀ ୨୦ରେ ଭୋକେସନାଲ ପିଲାଙ୍କ ପରୀକ୍ଷା। ଫେବୃଆରୀ ୨୨ରେ ବିଜ୍ଞାନ ବିଭାଗର ଇଂରାଜୀ ପରୀକ୍ଷା।