Odisha Link
Bridging the Missing Links in Odisha

ମହାରାଷ୍ଟ୍ରରେ ମତଦାନ: ଦିନ ୯ଟା ସୁଦ୍ଧା ୬ ପ୍ରତିଶତ ଭୋଟ୍ ଗ୍ରହଣ

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭୋଟ ପ୍ରକ୍ରିୟା ଜାରି ରହିଛି। ଭୋଟ ଦେଉଛନ୍ତି ମହାରାଷ୍ଟ୍ରବାସୀ। ସମସ୍ତ ୨୮୮ ବିଧାନସଭା ଆସନ ପାଇଁ ମତଦାନ ହେଉଛି। ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ ପାୱାରଙ୍କ ଏନସିପିର ମେଣ୍ଟ ମହାୟୁତି ଏବଂ କଂଗ୍ରେସ, ଉଦ୍ଧବ ଶିବସେନା ଏବଂ ଶରଦ ପାୱାରଙ୍କ ଏନସିପିର ମହାବିକାଶ ଅଗାଧି ମେଣ୍ଟ ମଧ୍ୟରେ ହେବ କଡ଼ା ଟକ୍କର। ଆସନ୍ତା ନଭେମ୍ବର ୨୩ ରେ ହେବଭୋଟ୍ ଗଣନା। ତେବେ ସକାଳ ୯ଟା ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ୬.୬୧ ପ୍ରତିଶତ ମତଦାନ ଗ୍ରହଣ ହୋଇଛି।