Odisha Link
Bridging the Missing Links in Odisha

ହାତୀ ମୃତ୍ୟୁ ଘଟଣା: ଡିଏଫ୍‌ଓଙ୍କୁ କଡ଼ା ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ଏକକାଳୀନ ୩ ହାତୀ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ସମ୍ବଲପୁର ନାକଟିଦେଉଳ ରେଞ୍ଜ ବୁରମାଳ ଜଙ୍ଗଲରୁ ୩ଟି ହାତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଦୁଇଟି ବଡ ହାତୀ ସହ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହାତୀ ମୃତ୍ୟୁର ତଦନ୍ତ ଲାଗି JTFକୁ ନିର୍ଦ୍ଦେଶ ଦିଆଯାଇଥିଲା। ହାତୀ ମୃତ୍ୟୁ ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହା ସହ ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ। ନିଜ ଆଡୁ ଜନସ୍ଵାର୍ଥ ମାମଲା ଦାୟର କରିଛନ୍ତି ହାଇକୋର୍ଟ।

ହାତୀ ମୃତ୍ୟୁ ଘଟଣାରେ ଡିଏଫ୍‌ଓମାନଙ୍କୁ ଜଙ୍ଗଲ ଓ ପରିବେଶ ସଚିବ କଡ଼ା ତାଗିଦ୍ କରିଛନ୍ତି। ଜଙ୍ଗଲ ଓ ପରିବେଶ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି, ରୀତିମତ ଫିଲ୍ଡକୁ ଯାଅ। କେବଳ ବନୀକରଣ କଲେ ହେବନି, ରକ୍ଷଣାବେକ୍ଷଣ ଦରକାର। ୩ ହାତୀ ମୃତ୍ୟୁ ଘଟଣାକୁ ସରକାର ଗୁରୁତ୍ବର ସହ ନେଇଛନ୍ତି। ଏ ଘଟଣାରେ ଦୃଢ଼ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଘଟଣାକୁ କିଭଳି ରୋକାଯିବ ସେ ନେଇ ଶକ୍ତି ବିଭାଗ ସହ ଆଲୋଚନା ହେବ।

ସୂଚନା ଅନୁସାରେ, ବିଦ୍ୟୁତ୍ ଆଘାତରେ ୩ ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ କଡା ଆକ୍ସନ ନିଆଯାଇଛି। ୩ ଜଣ କ୍ଷେତ୍ର ବନ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରିଛି ବନବିଭାଗ। ୨ ବରିଷ୍ଠ ବନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍ ହୋଇଛି। ଜଙ୍ଗଲ ଭିତରେ ବିଦ୍ୟୁତ୍ ଲଗେଇ ଥିବା ୪ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଗିରଫ ହୋଇଥିବାବେଳେ ଜଣେ ଫେରାର ରହିଛନ୍ତି। ଫେରାର ଅଭିଯୁକ୍ତଙ୍କୁ ପୁଲିସ ସହାୟତାରେ ବନ ବିଭାଗ ଖୋଜୁଛି।