Odisha Link
Bridging the Missing Links in Odisha

ଯାଜପୁର-ସିଂହପୁର ରାସ୍ତା ଅବରୋଧ, ବିରଜା ହାଟ ସାମୟିକ ସ୍ଥଗିତ

ଓଏଲ୍‌ ବ୍ୟୁରୋ: ଯାଜପୁର ବିରଜା ହାଟ ସାମୟିକ ଭାବେ ବନ୍ଦ କରିଛି ପ୍ରଶାସନ। ବିରଜା ହାଟ ପୁନଃଅବସ୍ଥାନକୁ ଗୋଟିଏ ଗୋଷ୍ଠୀର ବିରୋଧ ପରେ ସାମୟିକ ଭାବେ ବନ୍ଦ ଘୋଷଣା ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ। ବିରଜା ହାଟ ପୁନଃଅବସ୍ଥାନ ପାଇଁ ଅନୁମତି ଦେଇଥିଲା ପ୍ରଶାସନ। ପ୍ରଶାସନର ଅନୁମତି ପରେ ବ୍ୟବସାୟୀମାନେ ହାଟରେ ପହଞ୍ଚିଥିଲେ। ଯାଜପୁର-ସିଂହପୁର ରାସ୍ତା ଅବରୋଧ କରି ବିରୋଧୀ ପ୍ରତିବାଦ କରିଥିଲେ। ବିବାଦୀୟ ସ୍ଥିତି ଯୋଗୁଁ ଗୋଟିଏ ପ୍ଲାଟୁନ ପୁଲିସ ମୁତୟନ କରାଯାଇଥିଲା।

ବିବାଦୀୟ ସ୍ଥିତି ଯୋଗୁଁ ଯାଜପୁର ବିରଜା ହାଟ ସାମୟିକ ଭାବେ ବନ୍ଦ ଘୋଷଣା ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ। ହାଟ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁକୁ ଦେଖି ନିଷ୍ପତ୍ତି ନିଆଯାଇଛି। ଗୋଟିଏ ଗୋଷ୍ଠୀ ହାଟ ନୂଆ ସ୍ଥାନକୁ ସ୍ଥାନାନ୍ତର ଦାବିରେ ଅଟଳ ରହିଥିବାବେଳେ ଆଉ ଗୋଟିଏ ଗୋଷ୍ଠୀ ପୁରୁଣା ସ୍ଥାନରେ ହାଟ ହେଉ ଚାହୁଁଛନ୍ତି। ରାସ୍ତାରୋକ ଓ ସାମ୍ନାସାମ୍ନି ସ୍ଥିତିକୁ ଦେଖି ପୁଲିସ ମୁତୟନ କରାଯାଇଛି।