Odisha Link
Bridging the Missing Links in Odisha

ଭିଜିଲାନ୍ସ ପଞ୍ଝାରେ ଖଣି ଅଧିକାରୀ, ଠାବ ହେଲା ୧୪ଟି ପ୍ଲଟ୍

ଓଏଲ୍‌ ବ୍ୟୁରୋ: କିଛି ଦିନ ହେବ ଚାଲିଛି ସରକାରୀ ବାବୁଙ୍କ ମାଳମାଳ ସମ୍ପତିର ଖୋଳତାଡ଼। ଅନେକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଥିବାବେଳେ ତଦନ୍ତ କରୁଛି ଭିଜିଲାନ୍ସ ଦଳ। ଏସବୁ ଭିତରେ ଭିଜିଲାନ୍ସ ଜାଲରେ ପଡିଛନ୍ତି କେନ୍ଦୁଝର ଜୁନିଅର୍ ଖଣି ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୁନିଅର୍ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ରେଡ୍ ହୋଇଛି। ଭୁବନେଶ୍ୱର, କେନ୍ଦୁଝର, ଯାଜପୁର ସମେତ ୭ଟି ସ୍ଥାନରେ ରେଡ୍ ସମୟରେ ୧୪ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ। ଏବେ ବି ତଦନ୍ତ ଜାରି କରିଛି ଭିଜିଲାନ୍ସ।