Odisha Link
Bridging the Missing Links in Odisha

ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲା: ହାଇକୋର୍ଟରେ ସତ୍ୟପାଠ ଦାଖଲ

ଓଏଲ୍‌ ବ୍ୟୁରୋ: ଡେଣ୍ଟାଲ ସର୍ଜନ ନିଯୁକ୍ତି ଅନିୟମିତତା ମାମଲାରେ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି ଓପିଏସ୍‌ସି ସଚିବ। କମ୍‌ ମାର୍କ ରଖି ୧୧ଜଣ ନିଯୁକ୍ତି ପାଇବା ନେଇ ସତ୍ୟପାଠ ଦାଖଲ କରିଛନ୍ତି । ୧୧ ଜଣଙ୍କ ନାଁ ସୁପାରିଶକୁ ପ୍ରତ୍ୟାହାର ପାଇଁ ଆବେଦନ ହୋଇଛି। ଜବାବ ଦାଖଲ ପାଇଁ ଆବେଦନକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଡିସେମ୍ବର ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

ସୂଚନା ଅନୁସାରେ, ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲାକୁ ହାଇକୋର୍ଟ ଓଡ଼ିଶା ପବ୍ଲିକ ସର୍ଭିସ୍‌ କମିଶନଙ୍କ ଉପରେ ବର୍ଷିଥିଲେ। ରିଭାଇଜ୍‌ ମେରିଟ୍‌ ଲିଷ୍ଟ ସହ ଓପିଏସ୍‌ସି ଅଧ୍ୟକ୍ଷଙ୍କୁ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ସୋମବାର ଦିନ ହାଜର ହେବାକୁ ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ବ୍ୟକ୍ତିଗତ ଭାବେ ହାଜର ହୋଇ ସଂଶୋଧିତ ମେଧା ତାଲିକା ପ୍ରଦାନ କରିଥିଲେ। ଓପିଏସ୍‌ସି ସାଇଟ୍‌ରେ ମେଧା ତାଲିକା ପ୍ରଦର୍ଶନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବ ତାଲିକାରେ କାହାକୁ ନିଯୁକ୍ତି ଦିଆଯାଇଛି ସେନେଇ ତଥ୍ୟ ଲୋଡ଼ିଥିଲେ। ନିଯୁକ୍ତି ସମ୍ପର୍କିତ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।