Odisha Link
Bridging the Missing Links in Odisha

ଗିରଫ ହେଲେ ଖଣି ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠାବ କଲା ଭିଜିଲାନ୍ସ

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପଡିଛନ୍ତି କେନ୍ଦୁଝର ଜୁନିଅର୍ ଖଣି ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୁନିଅର୍ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ରେଡ୍ ପରେ ତାଙ୍କୁ ଗିରଫ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ରେଡ୍ ହୋଇଥିଲା।

ଭୁବନେଶ୍ୱର, କେନ୍ଦୁଝର, ଯାଜପୁର ସମେତ ୭ଟି ସ୍ଥାନରେ ରେଡ୍ ସମୟରେ ଭୁବନେଶ୍ବରରେ ଗୋଟିଏ ୪ ମହଲା ସହ ୩ଟି ବହୁତଳ କୋଠା। ୨ଟି ବେନାମି ଫ୍ଲାଟ୍‌ ଓ ୧୪ ପ୍ଲଟ୍‌ ଠାବ କରିଥିଲା ଭିଜିଲାନ୍ସ। ଏହା ସହ ୫ ଏକର ଫାର୍ମ ହାଉସ ଓ ଏଥିରେ ୭୦ ଲକ୍ଷର ସାମଗ୍ରୀ, ୫୩ ଲକ୍ଷର ବ୍ୟାଙ୍କ ଜମା, ନଗଦ ୧ ଲକ୍ଷ ସହ ୩୦୦ ଗ୍ରାମ ସୁନା ମିଳିଛି।