Odisha Link
Bridging the Missing Links in Odisha

ଆସିବେ ପ୍ରଧାନମନ୍ତ୍ରୀ, ମନ୍ତ୍ରୀ କହିଲେ-ଆମ ରିପୋର୍ଟ କାର୍ଡ ପ୍ରସ୍ତୁତ

ଓଏଲ୍‌ ବ୍ୟୁରୋ: ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ପ୍ରଥମଥର ପାଇଁ ଡିଜି-ଆଇଜି ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋାଦି, ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ। ଡିଜିିପି ସମ୍ମିଳନୀରେ ଯୋଗ ଦେବାକୁ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ସମ୍ମିଳନୀରେ ତିନି ଦିନ ଧରି ଭାରତର ସୁରକ୍ଷା ବ୍ୟବସ୍ଥା ଉପରେ ହେବ ଆଲୋଚନା। ପ୍ରଧାନମନ୍ତ୍ରୀଙ୍କ ଆସିବା ନେଇ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ଆଜି ପ୍ରଧାନମନ୍ତ୍ରୀ ଆସିବେ, ଆମେ ରିପୋର୍ଟ କାର୍ଡ ପ୍ରସ୍ତୁତ ରଖିଛୁ।

ମନ୍ତ୍ରୀ କହିଛନ୍ତି, ସମସ୍ତ ବିଧାୟକ ଏବଂ ମନ୍ତ୍ରୀ ମାନେ ନିଷ୍ଠାର ସହିତ କାମ କରିଛନ୍ତି। ଯେଉଁ ବିଷୟରେ ପ୍ରଧାନମନ୍ତ୍ରୀ ପଚାରିବେ ଆମେ ସେ ବିଷୟରେ ଉତ୍ତର ଦେବୁ। ପ୍ରଧାନମନ୍ତ୍ରୀ ସର୍ବଦା ଓଡ଼ିଶାକୁ ଫୋକସରେ ରଖିଛନ୍ତି। ୬ ମାସ ଭିତରେ ନୂଆ ସିଟି, ନୂଆ ରିଙ୍ଗ ରୋଡ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ଚାଲିଛି। ସମସ୍ତ ଅର୍ବନ୍ ଲୋକାଲ ବଡିରେ ଡ୍ରେନେଜ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ଚାଲିଛି। ସବୁ ଟାଉନ୍ ପାଇଁ ଅମୃତ ସରୋବର କରାଯିବା ନେଇ ପ୍ଲାନ୍ ପ୍ରସ୍ତୁତ ହୋଇଛି।

Leave A Reply

Your email address will not be published.