Odisha Link
Bridging the Missing Links in Odisha

ବିଜେଡିର ରାଜ୍ୟ ସରକାରଙ୍କୁ କଟାକ୍ଷ, ‘ରାଜ୍ୟରେ ଚାଲିଛି ବିଚିତ୍ର ଶାସନ’

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଆଳୁକୁ ନେଇ ଅଭାବନୀୟ ସ୍ଥିତି। ଦରଦାମ ବୃଦ୍ଧିକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ବଢିଛି। ଆଳୁ ଦରକୁ ନେଇ ଏବେ ରାଜ୍ୟ ରାଜିନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ଦରଦାମ ବୃଦ୍ଧି ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି।

ସାମ୍ବାଦିକ ସମ୍ମିଳନୀ ବିଜେଡି ନେତା କହିଛନ୍ତି, ବିଜେପି ଶାସିତ ରାଜ୍ୟରେ ଦରଦାମ ଅଧିକ, ରାଜ୍ୟରେ ଚାଲିଛି ଏବେ ବିଚିତ୍ର ଶାସନ। ବିଜେଡିର ରାଜ୍ୟ ସରକାରଙ୍କୁ ପ୍ରଶ୍ନ, ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ? ଯୋଗାଣ ମନ୍ତ୍ରୀ କହିଲେ ୩୦୦ ଟ୍ରକ୍ ଆଳୁ ଆଣୁଛନ୍ତି, ଯଦି ଆଳୁ ଆସୁଛି ତେବେ ଏହାର ପ୍ରମାଣ ଦେଖାନ୍ତୁ ବୋଲି ବିଜେଡି କହିଛି।