Odisha Link
Bridging the Missing Links in Odisha

ଭିମ୍‌ସାରକୁ ପ୍ରଦୂଷଣ ବୋର୍ଡର ଚରମବାଣୀ: ୭ ଦିନରେ ୧୧ ଲକ୍ଷ ବକେୟା ଦେବାକୁ ତାଗିଦ୍

ଓଏଲ୍‌ ବ୍ୟୁରୋ: ଭିମ୍‌ସାରକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଚରମ ବାଣୀ। ସାତ ଦିନ ଭିତରେ ଫାଇନ ପଇଠ ସହ ନିୟମ ମାନିବାକୁ ତାଗିଦ୍। ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦର୍ଶାଯାଇଛି। ୧୧ ଲକ୍ଷ ଟଙ୍କା ବକେୟା ଫାଇନ ଦେବା ଏବଂ ପ୍ରଦୂଷଣ ବୋର୍ଡର ନିୟମ ମାନିବାକୁ ଚେତାବନୀ ଦିଆଯାଇଛି। ସାତ ଦିନ ଭିତରେ ଫାଇନ ସହ ନିୟମ ମାନିବାକୁ ତାଗିଦ୍।

ସୂଚନା ଅନୁସାରେ, ପ୍ରଦୂଷଣ ନିୟମର ସାଂଘାତିକ ଉଲଂଘନ ଅଭିଯୋଗ ହେବା ପରେ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ବୁର୍ଲା ଭିମ୍‌ସାରକୁ ୧୧ ଲକ୍ଷ ଟଙ୍କା ଫାଇନ୍‌ କରିଥିଲା। ଏହାସତ୍ତ୍ୱେ କୌଣସି ପଦକ୍ଷେପ ନ ନେବାରୁ ରାଜ୍ୟ ପ୍ରଦୂଷଣ ବୋର୍ଡ ଭିମସାର କର୍ତ୍ତୃପକ୍ଷଙ୍କ କଡ଼ା ଭର୍ସନା କରିଛନ୍ତି। ପଦକ୍ଷେପ ନେବାକୁ ପୁଣି ସାତଦିନର ସମୟ ଦେଇଛନ୍ତି।

ସୂଚନା ଅନୁସାରେ, କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ୨୦୨୩ରେ ଭିମ୍‌ସାର୍‌ ହସ୍ପିଟାଲର ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ଉପରେ ଯାଞ୍ଚ କରି ଚାରୋଟି ନିୟମର ଅନୁପାଳନ ହୋଇନଥିବାର ଜାଣିବାକୁ ପାଇଥିଲେ। ଫଳରେ ସେହି ସମୟରେ ୧୧ ଲକ୍ଷ ଟଙ୍କା ଫାଇନ ହୋଇଥିଲା। ଏଥିରେ ଇନସିନେରେଟର ଅପଗ୍ରେଡ ନହେବା, କସନ ଚାମ୍ବର ତାପମାତ୍ରା ଅଧିକ ରହିବା, ଡିସପ୍ଲେ ବୋର୍ଡ ନଦେବା ପରି ପ୍ରଦୂଷଣ ବୋର୍ଡ ଭୁଲ ଧରିଥିଲେ।