Odisha Link
Bridging the Missing Links in Odisha

‘ଓଡ଼ିଶା ଆସିଛନ୍ତି ୪ ଲକ୍ଷରୁ ଅଧିକ ବିଦେଶାଗତ ପକ୍ଷୀ, ଜାନୁଆରୀରୁ ଗଣନା ଆରମ୍ଭ’

ଓଏଲ୍‌ ବ୍ୟୁରୋ: ବିଧାନସଭାର ଶୀତ ଅଧିବେଶନ ଜାରି ରହିଛି। ଶୀତ ଅଧିବେଶନ ଜାରି ରହିଥିବାବେଳେ ମିଶନ ଶକ୍ତି ମହିଳାଙ୍କ ବିକ୍ଷୋଭକୁ ନେଇ ଗୃହରେ ହଟ୍ଟଗୋଳ ଦେଖା ଦେଇଛି। ଏସବୁ ଭିତରେ ପକ୍ଷୀ ଗଣନାକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଉତ୍ତର ରଖିଛନ୍ତି। ଆସନ୍ତା ମାସରେ ପକ୍ଷୀ ଗଣନା ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଗୃହରେ ଉତ୍ତର ରଖିଛନ୍ତି, ନଭେମ୍ବର ସୁଦ୍ଧା ଓଡ଼ିଶା ଆସିଛନ୍ତି ୪ ଲକ୍ଷ ୯୪ ହଜାର ୩୬୬ ବିଦେଶାଗତ ପକ୍ଷୀ। କେବଳ ନଳବଣକୁ ଆସିଛନ୍ତି ୨ ଲକ୍ଷ ୧୭ ହଜାର ୧୭୦ ବିଦେଶାଗତ ପକ୍ଷୀ। ବିଦେଶାଗତ ପକ୍ଷୀଙ୍କ ପାଇଁ ୨୧ଟି ଅସ୍ଥାୟୀ ଶିବିର ସହ ୨ ଭ୍ରାମ୍ୟମାଣ ଦଳ ଗଠନ କରାଯାଇଛି। ଆସନ୍ତା ମାସରେ ପକ୍ଷୀ ଗଣନା ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.