Odisha Link
Bridging the Missing Links in Odisha

ସଂସଦରେ ପ୍ରତାପ ଷଡ଼ଙ୍ଗୀ ଆହତ, କହିଲେ-ରାହୁଲ ଠେଲି ଦେଲେ

ଓଏଲ୍‌ ବ୍ୟୁରୋ: ସଂସଦର ଶୀତ ଅଧିବେଶନ ଜାରି ରହିଛି। ଶୀତ ଅଧିବେଶନ ଜାରି ରହିଥିବାବେଳେ ତଳେ ପଡ଼ିଗଲେ ବାଲେଶ୍ୱର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ। ଗୃହରେ ଥିବା ବେଳେ ସିଢ଼ିରୁ ପଡ଼ିଗଲେ ପ୍ରତାପ ଷଡ଼ଙ୍ଗୀ। ସିଢ଼ିରୁ ପଡିବା ପରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସଂସଦରେ ରାହୁଲ ଗାନ୍ଧୀ ଠେଲି ଦେବାରୁ ତଳେ ପଡ଼ିଗଲି ବୋଲି ବାଲେଶ୍ୱର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି।