Odisha Link
Bridging the Missing Links in Odisha

ଅବକାରୀ ବିଭାଗର କଟକଣା: ଅନୁମତି ବିନା ଜିରୋ ନାଇଟ୍ ସେଲିବ୍ରେସନ୍ ମନା

ଓଏଲ୍‌ ବ୍ୟୁରୋ: ଆଉ କିଛି ଦିନରେ ଶେଷ ହେବାକୁ ଯାଉଛି ଇଂରାଜୀ ବର୍ଷ ୨୦୨୪। ଆରମ୍ଭ ହେବାକୁ ଯାଉଛି ନୂଆବର୍ଷ। ଏସବୁ ଭିତରେ ଜିରୋ ନାଇଟ ସେଲିବ୍ରେସନ ନେଇ ଅବକାରୀ ବିଭାଗ କଟକଣା ଜାରି କରିଛି। ଡିସେମ୍ବର ୩୧ ତାରିଖରେ ଜିରୋ ନାଇଟ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ଜରୁରୀ ବୋଲି ଅବକାରୀ କମିଶନର ସୂଚନା ଦେଇଛନ୍ତି।

ଅନୁମତି ନ ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜାନୁଆରୀ ମଧ୍ୟ ଭାଗ ଯାଏଁ ଏନେଇ ଯାଞ୍ଚ ଜାରି ରଖିବ ବୋଲି ଅବକାରୀ ବିଭାଗ କହିଛି। ବିନା ଅନୁମତିରେ କିଛି ଜାଗାରେ ଜିରୋ ନାଇଟ୍ ପାଇଁ ପ୍ରସ୍ତୁତି ଚାଲିଛି ବୋଲି ବିଭାଗକୁ ବିଭିନ୍ନ ସୂତ୍ରରୁ ଖବର ଆସିଛି । ଏହାକୁ ରୋକିବା ପାଇଁ ଖୁବଶୀଘ୍ର ବିଭାଗ ପଦକ୍ଷେପ ନେବ ବୋଲି ଅବକାରୀ କମିଶନର ନରସିଂହ ଭୋଳ ଚେତାବନୀ ଦେଇଛନ୍ତି ତେବେ ହୋଟେଲ, କ୍ଲବ, କନଭେନସନ ହଲରେ ଅନୁମତି ବିନା ଜିରୋ ନାଇଟ୍ ସେଲିବ୍ରେସନ୍ ମନା କରାଯାଇଛି।