Odisha Link
Bridging the Missing Links in Odisha

ଶନିବାର ସନ୍ଧ୍ୟାରେ ଓଡ଼ିଶା ଆସିବେ ଶାହ

ଓଏଲ୍‌ ବ୍ୟୁରୋ: ବିଜେପି ରାଷ୍ଟ୍ରୀୟ ନେତୃତ୍ୱଙ୍କ ଫୋକସରେ ଏବେ ଓଡ଼ିଶା। ମାସକ ମଧ୍ୟରେ ପୁଣି ଦ୍ୱିତୀୟଥର ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ଶାହ ଚଳିତମାସ ୨୮ତାରିଖରେ ଦୁଇଦିନିଆ ଗସ୍ତରେ ଆସି ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ସୂଚନା ଦେଇଥିଲେ। ହେଲେ ଆଜି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ବଡ଼ ସୂଚନା ଦେଇଛନ୍ତି।

ଅମିତ ଶାହଙ୍କ ସମ୍ବଲପୁର ଗସ୍ତ ନାହିଁ ବୋଲି ବିଜୟ ପାଲ ସିଂ ତୋମାର ସୂଚନା ଦେଇଛନ୍ତି। ୨୮ ତାରିଖ ସନ୍ଧ୍ୟାରେ ଭୁବନେଶ୍ବର ଆସିବେ ଅମିତ ଶାହ। ଓଡ଼ିଶା ଗସ୍ତରେ ଆସି ଶ୍ରୀ ଶାହ କଳିଙ୍ଗ ଷ୍ଟାଡିୟମ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ବୋଲି ବିଜୟ ପାଲ ସିଂ ତୋମାର କହିଛନ୍ତି।