Odisha Link
Bridging the Missing Links in Odisha

ଧାନ ପାଇଁ ଚିନ୍ତାରେ ଚାଷୀ, ବଡ଼ ବୟାନ ଦେଲେ ଯୋଗାଣ ମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଅଦିନିଆ ବର୍ଷା ଚାଷୀଙ୍କ ସୁନାର ଫସଲକୁ ଉଜାଡି ଦେଇଛି। ଦୁଇ ଦୁଇ ଥର ଲଘୁଚାପ ବର୍ଷା ଯୋଗୁ ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ଜମିରହିଛି। କିଛି ସ୍ଥାନରେ ଧାନ ଗଜା ହୋଇଛି। ଏପଟେ ଯେତେବେଳେ ଚାଷୀ ଚାହିଁଥିଲା ସେତେବେଳେ ବର୍ଷା ହୋଇନଥିଲା, ଯାହା ଫଳରେ ଧାନ ଫସଲ ନଷ୍ଟ ହୋଇଗଲା। ଆଉ ଏବେ ବର୍ଷାର ଆବଶ୍ୟକ ନ ଥିବାବେଳେ ବର୍ଷା ହୋଇ ସବୁ ପରିବା ଫସଲ ନଷ୍ଟ କରୁଛି। ଯାହାଦ୍ୱାରା ବର୍ତମାନ ଚାଷୀ ହତାସ। ଏହି ପରିସ୍ଥିତିରେ ଧାନର ମାନ କମ୍‌ ଥିଲେ ବି କିଣିବାକୁ ସରକାର ଘୋଷଣା କରିଥିବାବେଳେ ଯୋଗାଣ ମନ୍ତ୍ରୀ ବଡ ବୟାନ ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ଧାନର FAQ ମାନ କମ୍‌ ଥିଲେ ବି ସରକାର କିଣିବେ। ବର୍ଷା ପାଇଁ ଧାନ କ୍ବାଲିଟି କମିଥିଲେ ବି କିଣିବେ ସରକାର। ହେଲେ ଧାନର ମାନ ପୁରା ଖରାପ ଥିବା କିଣିବା ସମ୍ଭବ ନୁହେଁ। ତେବେ ଧାନର FAQ ମାନ ନେଇ ଜିଲ୍ଲାସ୍ତରେ ନିଷ୍ପତି ନିଆଯିବ । ଜିଲ୍ଲାପାଳ ଓ ଚାଷୀ ବୈଠକ କରି ନିଷ୍ପତି ନେବେ ବୋଲ ମନ୍ତ୍ରୀ କହିଛନ୍ତି।

ଏଯାଏଁ ସାଢ଼େ ୭ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣା ସରିଲାଣି। ଏଥିସହିତ ଟୋକନ୍‌ ଲାପ୍ସ କଲେ ଚାଷୀଙ୍କୁ ଅଧିକ ୧୫ ଦିନ ମହଲତ ମିଳିବ। ଏହାପରେ ମଧ୍ୟ ଓଦା ଧାନ ଶୁଖାଇ ମଣ୍ଡିରେ ବିକ୍ରି ପାଇଁ ଅଧିକ ସମୟ ଦିଆଯିବ। ତେବେ ପାଗ ଖରାପ ଯୋଗୁଁ କିଛି ମଣ୍ଡି ଖୋଲିବା ବିଳମ୍ବ ହେଉଥିବା ମନ୍ତ୍ରୀ କହିଛନ୍ତି।