Odisha Link
Bridging the Missing Links in Odisha

ଭାରତରତ୍ନ ପ୍ରସଙ୍ଗ: ନବୀନ କହିଲେ-ଜାଣିନି କାହିଁକି ଏମିତି କହିଲେ ଗିରିରାଜ..

ଓଏଲ୍‌ ବ୍ୟୁରୋ: ଆଜି ୨୮ ବର୍ଷରେ ପାଦ ଥାପିଲା ବିଜୁ ଜନତା ଦଳ(ବିଜେଡି)। ଆଜି ଦଳକୁ ୨୭ ପୂରି ୨୮ ଚାଲିଲା। ଏଥିପାଇଁ ଦଳର ପ୍ରତିଷ୍ଠା ଦିବସକୁ ଧୁମଧାମରେ ପାଳନ କରିବା ପାଇଁ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ଦେଶର ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବେ ବିଜେଡି ପାଳନ କରୁଛି ଆଜି ୨୮ ତମ ପ୍ରତିଷ୍ଠା ଦିବସ। ଶଙ୍ଖ ଭବନରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ।

ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ସାମିଲ ହୋଇଛନ୍ତି ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ପ୍ରଥମ ଥର ପାଇଁ ସରକାରରୁ ହଟିିବା ପରେ ପ୍ରତିଷ୍ଠା ଦିବସ ପାଳନ କରୁଛି ବିଜେଡି। ଏହି ଅବସରରେ ନବୀନ ପଟ୍ଟନାୟକ ଭାରତ ରତ୍ନ ନେଇ ପ୍ରତିକ୍ରିୟା ରଖିଛନ୍ତି ନବୀନ ପଟ୍ଟନାୟକ। କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କାହିଁକି ଏମିତି କହିଲେ ଜାଣିନି ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

ବିଜେଡି ପରାଜୟର କାରଣ କହିଛନ୍ତି ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, ଆମେ ହାରି ନାହୁଁ, ଲୋକଙ୍କ ବିଶ୍ୱାସ ହରେଇ ନାହୁଁ। ବିଜେପି ମିଛ କହି ନିର୍ବାଚନ ଜିତିଛି। ଏତେ ମିଛ କହି ମଧ୍ୟ ବିଜେପି ଆମଠାରୁ କମ ଭୋଟ ପାଇଛି। ଆମର ଭୁଲ ହେଲା, ଆମେ ତାଙ୍କ ମିଛର କାଉଣ୍ଟର କରିପାରିଲୁ ନାହିଁ। ଆଜି ଓଡ଼ିଶାବାସୀ ଜାଣିଲେଣି ଯେ, ବିଜେପି ମିଛ କଥା କହି କ୍ଷମତା ଦଖଲ କରିଛି। ସମସ୍ତଙ୍କୁ ଅନୁରୋଧ ବିଜେପି ମିଛ ଆରୋପ ଓ ପ୍ରତିଶୃତିକୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଜବାବ ଦିଅନ୍ତୁ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।