ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା: ସବୁ ଚାଷୀଙ୍କୁ ମିଳିବ କ୍ଷୟକ୍ଷତି ସହାୟତା

ଓଏଲ୍ ବ୍ୟୁରୋ: ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇଛି। ଚାଷ କ୍ଷତିଗ୍ରସ୍ତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କ୍ଷତି ସହାୟତା ଦେବା ପାଇଁ ଘୋଷଣା କରାଯାଇଛି। ଏହି କ୍ରମରେ ଆଜି ରାଜସ୍ବ ମନ୍ତ୍ରୀ ବଡ ଘୋଷଣା କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ପରିଧିଭୁକ୍ତ କରାଯିବ। ସମସ୍ତ ପ୍ରକାର ସବୁ ଚାଷୀଙ୍କୁ କ୍ଷୟକ୍ଷତି ସହାୟତା ମିଳିବ। କେହି ବି ଚାଷୀ କ୍ଷୟକ୍ଷତି ସହାୟତାରୁ ବଞ୍ଚିତ ହେବେନାହିଁ। ଆଜି ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଆସିଯିବ ବୋଲି ଟାର୍ଗେଟ ରହିଛି।
ରିପୋର୍ଟ ପ୍ରସ୍ତୁତ ଲାଗି ଜିଲ୍ଲାପାଳ ଓ ଅଧିକାରୀମାନେ ସଚେତନ ଅଛନ୍ତି। ଆଜି ରିପୋର୍ଟ ନଆସି ପାରିଲେ ସମୟସୀମା ବୃଦ୍ଧି କରାଯିବ। କେହି ବି ଚାଷୀ ଯେପିରି ବାଦ୍ ନପଡ଼ିବେ ସେ ଉପରେ ଦୃଷ୍ଟି ଦିଆଯିବ। ଯଦି କେହି ବଞ୍ଚିତ ଅନୁଭବ କରନ୍ତି ସିଧା ଜିଲ୍ଲାପାଳଙ୍କୁ ଜଣାଇପାରିବେ। ଅଦିନିଆ ବର୍ଷା କ୍ଷୟକ୍ଷତିକୁ ପ୍ରାକୃତିକ ବିପର୍ଯ୍ୟୟ ପରିଧିଭୁକ୍ତ କରାଯିବ ବୋଲି ରାଜସ୍ବମନ୍ତ୍ରୀ କହିଛନ୍ତି।