Odisha Link
Bridging the Missing Links in Odisha

ଚୀନ୍‌ର ମିଛ ପ୍ରଚାର ବିରୋଧରେ ଭାରତର ବଡ଼ ପ୍ରହାର: ଗ୍ଲୋବାଲ୍ ଟାଇମ୍ସର ‘ଏକ୍ସ’ ଆକାଉଣ୍ଟ ବ୍ଲକ

ଓଏଲ୍‌ ବ୍ୟୁରୋ: ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତ ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂର ପରେ, ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରାମ ହୋଇଛି। ଅସ୍ତ୍ରବିରତି ପରେ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି। ହେଲେ ଡିଜିଟାଲ ପ୍ରହାର ଏବେ ବି ଜାରି ରଖିଛି ଭାରତ।

ଏଥର କେବଳ ପାକିସ୍ତାନ ନୁହେଁ ଚୀନ୍‌ର ମିଛ ପ୍ରଚାର ବିରୋଧରେ ଭାରତ ବଡ଼ ପ୍ରହାର କରିଛି। ଚୀନ୍ ମୁଖପତ୍ର ଗ୍ଲୋବାଲ୍ ଟାଇମ୍ସର ‘ଏକ୍ସ’ ଆକାଉଣ୍ଟ ବ୍ଲକ କରାଯାଇଛି। ଭାରତୀୟ ସେନା ବିରୋଧରେ ମିଛ ପ୍ରଚାର କରିବାରୁ ଏକ୍ସ ଆକାଉଣ୍ଟ ବ୍ଲକ କରିଛନ୍ତି କେନ୍ଦ୍ର ସରକାର।

Leave A Reply

Your email address will not be published.