Odisha Link
Bridging the Missing Links in Odisha

ଶିଳ୍ପ କ୍ଷେତ୍ରରେ ନୂଆ ଅଧ୍ୟାୟ; ୩ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ଓଡ଼ିଶା ହେବ ବିଶ୍ୱ ମାନଚିତ୍ରରେ ଏକ ସମୃଦ୍ଧ ଶିଳ୍ପଶକ୍ତି। ଶିଳ୍ପ କ୍ଷେତ୍ରରେ ଯୋଡିହେଲା ନୂଆ ଅଧ୍ୟାୟ। ଯୁବବର୍ଗଙ୍କ ପାଇଁ ରାଜ୍ୟରେ ଶିଳ୍ପାୟନ ଦ୍ଵାରା ସୃଷ୍ଟି ହେବ ବ୍ୟାପକ ନିଯୁକ୍ତି ସୁଯୋଗ। ଆଜି ପାରାଦୀପରେ ୩ଟି ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଜେଏସଡବ୍ଲୁ-ଉତ୍କଳ ଷ୍ଟିଲ କାରଖାନା, ରିିନିଉ ଇ-ଫୁଏଲ ଆମୋନିଆ କାରଖାନା ଏବଂ ସିଲକ୍ସ ଇଣ୍ଡିଆ ଅତ୍ୟାଧୁନିକ ରାସାୟନିକ କାରଖାନାର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୬୫ ହଜାର କୋଟି ପୁଞ୍ଜିନିବେଶରେ ୩ଟି ନୂତନ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ଜେଏସଡବ୍ଲୁ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲଙ୍କ ସମେତ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଓ ନେତାଙ୍କ ସମେତ ଜନସମାଗମ ଦେଖିବାକୁ ମିଳିଥିଲା।