ଶ୍ରୀକାନ୍ତ ଜେନାଙ୍କ ଘରବାହୁଡ଼ା

ଓଏଲ୍ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ଲୋକସଭା ନିର୍ବାଚନ ୨୦୨୪କୁ ନେଇ ସମସ୍ତ ଦଳ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଓଡ଼ିଶାର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପୁଣି କଂଗ୍ରେସକୁ ଫେରିଛନ୍ତି।
ସୂଚନା ଅନୁସାରେ, ଶ୍ରୀକାନ୍ତ ଜେନା କୁଆଡେ କଂଗ୍ରେସ ଫେରିବାକୁ ଏଆଇସିସିକୁ ଅନୁରୋଧ କରିଥିଲେ। କାରଣ ସେ ରାଜନୀତିରେ ଯେଉଁ ପତିୟାରା ଦେଖାଇ ଥିଲେ କଂଗ୍ରେସରୁ ବହିସ୍କାର ପରେ ତାହା ସଂପୂର୍ଣ୍ଣ ଭାଙ୍ଗିଯାଇଛି। ତେଣୁ ତାଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରିବା ପାଇଁ କୁଆଡେ ଶ୍ରୀକାନ୍ତଙ୍କ ଏକ ଗୋଷ୍ଠୀ ଦିଲ୍ଲୀରେ ଲବି କରୁଛନ୍ତି। କଂଗ୍ରେସରୁ ବହିସ୍କୃତ ହେବା ପରେ କେବେ ବି ଦଳ ବିରୋଧରେ କହି ନାହିଁ ବୋଲି ଶ୍ରୀକାନ୍ତ କହିଛନ୍ତି। ଏପରିକି ରାହୁଳ ଗାନ୍ଧି କିମ୍ବା ସୋନିଆଙ୍କ ବିରୋଧରେ ମଧ୍ୟ କିଛି କହି ନାହିଁ।
ଶ୍ରୀକାନ୍ତ ଜେନା ତିନିଥର ବିଧାୟକ ଏବଂ ଚାରିଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ସେ ଗୁଜୁରାଲ, ଦେବଗୈଡା ଏବଂ ମନମୋହନ ସିଂ ପ୍ରଧାନମନ୍ତ୍ରୀତ୍ବ ବେଳେ କେନ୍ଦ୍ରମନ୍ତ୍ରୀ ଥିଲେ। ସେ ପର୍ଯ୍ୟଟନ, ସାର ଓ ରସାୟନ, କୃଷି ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ରହିଛନ୍ତି। ସେ ଏକଦା ବିଜୁବାବୁଙ୍କର ଅତି ଘନିଷ୍ଠ ବ୍ୟକ୍ତି ଭାବେ ପରିଚିତ ଥିଲେ। ୨୦୧୯ରେ ବିଏସପିରେ ଯୋଗ ଦେଇଥିଲେ।