Odisha Link
Bridging the Missing Links in Odisha

କଂଗ୍ରେସରୁ ବିଦା ହେଲେ ମାନସ ଚୌଧୁରୀ

ଓଏଲ୍‌ ବ୍ୟୁରୋ: ଶେଷ ହୋଇଛି ଗଣତନ୍ତ୍ରର ମହାପର୍ବ। ସରକାର ଗଢିବାକୁ ମିଳି ସାରିଛି ଜନାଦେଶ। ଓଡ଼ିଶାରେ ବିଜେପି ପାଇଁ ସରକାର ଗଢିବାକୁ ବାଟ ଫିଟିଥିବା ବେଳେ କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଛି। ଲଗାତାର ତୃତୀୟ ଥର ଦେଶରେ ଆରମ୍ଭ ହେବ ମୋଦି ସରକାର। ଏସବୁ ଭିତରେ କଂଗ୍ରେସ ମଧ୍ୟ ନିଜର କସରତ ଜାରି ରଖିଛନ୍ତି। କଂଗ୍ରେସରୁ ବିଦା ହେଲେ ମାନସ ଚୌଧୁରୀ। ୬ ବର୍ଷ ପାଇଁ ମାନସଙ୍କୁ ଦଳରୁ ବହିଷ୍କାର କରାଯାଇଛି। ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କରାଯାଇଛି। ମାନସ ଚୌଧୁରୀ କଟକ ଜିଲ୍ଲା କଂଗ୍ରେସ ସଭାପତି ଭାବେ କାର୍ଯ୍ୟରତ ଥିଲେ।