ଜିଓ ବଦଳାଇଲା ପ୍ଲାନ୍, କାହାକୁ ମିଳିବ ଅନଲିମିଟେଡ 5G ଡାଟା ଜାଣନ୍ତୁ…

ଓଏଲ୍ ବ୍ୟୁରୋ: ଜିଓ ଗ୍ରାହକଙ୍କ ପାଇଁ ଝଟକା ଖାଇବା ଭଳି ଖବର ସମ୍ନାକୁ ଆସିଛି। ଅନଲିମିଟେଡ ଓ ପୋଷ୍ଟପେଡ ପ୍ଲାନର ଦାମ ବଢ଼ାଇଲା ରିଲିଆନ୍ସ ଜିଓ। ଏହି ନୂଆ ଦର ଜୁଲାଇ ୩ ତାରିଖରୁ ଲାଗୁ ହେବାକୁ ଯାଉଛି। ଏହାସହ ସ୍ମାର୍ଟଫୋନ୍ ୟୁଜର୍ସଙ୍କ ପ୍ରାଇଭେସିକୁ ସୁରକ୍ଷିତ ରଖିବା ପାଇଁ ଜିଓ ସେଫ ସର୍ଭିସ୍ ଲଞ୍ଚ କରିଛି। ଏହାସହ ଅନଲିମିଟେଡ 5G ସେବା ଜିଓ ବନ୍ଦ କରିଦେଇଛି। କିଛି ନିର୍ଦ୍ଦିଷ୍ଟ ପ୍ଲାନ ସହ ଅନଲିମିଟେଡ 5G ସର୍ଭିସ ଦେବାକୁ କମ୍ପାନୀ ସ୍ଥିର କରିଛି।
ଗୁରୁତ୍ବପୂର୍ଣ୍ଣ କଥା ହେଲା ଜିଓ ସବୁ ୟୁଜର୍ସଙ୍କୁ ଅନଲିମିଟେଡ 5G ଡାଟା ଦେବା ବନ୍ଦ କରି ଦେଇଛି। ପ୍ରତିଦିନ 2GB କିମ୍ବା ତା’ଠାରୁ ଅଧିକ ଡାଟା ବାଲା ପ୍ଲାନ ବ୍ୟବହାର କରୁଥିବା ୟୁଜର୍ସ ଏବେ 5G ଡାଟା ପାଇପାରିବେ। ଅର୍ଥାତ ଯେଉଁ ୟୁଜର୍ସ ୨୯୯, ୩୪୯, ୩୯୯, ୫୩୩, ୭୧୯, ୯୯୯ ଓ ୨୯୯୯ ପ୍ଲାନ ନେଇଥିବା, ସେହିମାନେ ହିଁ ଅନଲିମିଟେଡ 5G ଡାଟାର ଲାଭ ଉଠାଇ ପାରିବେ।