Odisha Link
Bridging the Missing Links in Odisha

କୋଲକାତା ଡାକ୍ତର ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା ଅଭିଯୁକ୍ତର ଜଘନ୍ୟକାଣ୍ଡ

ଓଏଲ୍‌ ବ୍ୟୁରୋ: କୋଲକାତାର ଆର୍‌ଜି କର ମେଡିକାଲ କଲେଜରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ପ୍ରତି ଅତ୍ୟାଚାର ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ଅବଧି ମଧ୍ୟରେ ପଶ୍ଚିମବଙ୍ଗ ସରକାରଙ୍କୁ ଅବହେଳା ପାଇଁ କଠୋର ତାଗିଦ କରାଯାଇଥିଲା। ଏହି ଘଟଣାରେ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଯାଇଛି ଅଭିଯୁକ୍ତ ସଞ୍ଜୟ ରାୟ। ଏହା ସହ ଏହି ଘଟଣାର ବଡ଼ ଖୁଲାସା କରିଛନ୍ତି ଆର୍‌.ଜି କର୍‌ ମେଡିକାଲର ପୂର୍ବତନ ଡେପୁଟୀ ସୁପରିଟେଣ୍ଡେଣ୍ଟ ଅଖତର ଅଲ୍ଲୀ।

ସନ୍ଦୀପ ଘୋଷ ଝିଅ ଏବଂ ଅଙ୍ଗ ତସ୍କରୀରେ ସାମିଲ ଥିବା ପୂର୍ବତନ ଡେପୁଟୀ ସୁପରିଟେଣ୍ଡେଣ୍ଟ ଅଖତର ଅଲ୍ଲୀ କହିଛନ୍ତି। ସେ କହିଛନ୍ତି, ସନ୍ଦୀପ ଘୋଷ ଆସିବା ପୂର୍ବରୁ ଆର୍‌.ଜି କର ପୂରା ଠିକ୍‌ ଚାଲିଥିଲା। ୨୦୨୧ ଜାନୁଆରୀରେ ସନ୍ଦୀପ ଆସିବା ପରେ ସବୁ ବଦଳିଗଲା। ପିଲାମାନଙ୍କୁ ଧମକ ଦେବା, ହଇରାଣ କରିବା ରିତିମତ ଚାଲିଲା। ନିର୍ଦ୍ଦିଷ୍ଟ କିଛି ଛାତ୍ରଙ୍କୁ ହାତରେ ରଖି ସେ ଏଠି ଅରାଜକତା ଚଳାଇଲେ। ତାଙ୍କର କିଛି ବନ୍ଧୁ ଓ ନିର୍ଦ୍ଦିଷ୍ଟ ଛାତ୍ରଗୋଷ୍ଠୀ ଝିଅ ଆଣି ଆସୁଥିଲେ।

ଆର୍‌ଜି କର ଗେଷ୍ଟହାଉସ୍‌କୁ ଝିଅ ଆଣି ଯୋଗାଇ ଦେଉଥିଲେ। ସେ ମୃତଦେହ ଚୋରା ଚାଲାଣ କରୁଥିବା ବି ଅଭିଯୋଗ ଆସିଥିଲା। ବହୁତ ଛାତ୍ରଛାତ୍ରୀଙ୍କ କ୍ୟାରିଅର ବରବାଦ କରିଦେଇଥିଲେ ସନ୍ଦୀପ। ଏସବୁ ଅଭିଯୋଗ ନେଇ ମୁଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲି। ହାଇକୋର୍ଟ ଆବେଦନ ଗ୍ରହଣ କରି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ଅଗଷ୍ଟ ୯ ତାରିଖରେ କୋଲକାତାର ଆର୍‌ଜି କର ହସ୍ପିଟାଲର ସେମିନାର ହଲ୍‌ରେ ଜଣେ ମହିଳା ଡାକ୍ତରଙ୍କ ସହ ନୃଶଂସ ଘଟଣା ଘଟିଥିଲା। ହସ୍ପିଟାଲରେ ଡ୍ୟୁଟିରେ ନିୟୋଜିତ ଥିବା ଜଣେ ଗ୍ରାଜୁଏଟ୍‌ ରେସିଡାଣ୍ଟ ଡାକ୍ତରଙ୍କୁ ଦୁଷ୍କର୍ମ କରାଯାଇଥିଲା। ସେମିନାର ହଲରେ ତାଙ୍କୁ ଅଚେତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା। ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଙ୍କ ନିକଟକୁ ନିଆଯାଇଥିଲା, କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରି ସାରିଛି।