Odisha Link
Bridging the Missing Links in Odisha

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତ

ଓଏଲ୍ ବ୍ୟୁରୋ: ଆଜିଠୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ। କାର୍ଯ୍ୟସୂଚୀ ଅନୁଯାୟୀ, ସୋମବାର ଦିନ ୧୦ଟାରେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରିବେ ମୁଖ୍ୟମନ୍ତ୍ରୀ। ଏହା ପରେ ଝାଡ଼ଖଣ୍ଡରେ ପହଞ୍ଚି ସେଠାରୁ ରାଞ୍ଚିରୁ ହେଲିକପ୍‌ଟର ଯୋଗେ ପଶ୍ଚିମ ସିଂହଭୂମରେ ପହଞ୍ଚିବେ।

ଦିନ ୧ଟାରେ ଜମାଣି ମୈଦାନରେ ପରିବର୍ତ୍ତନ ସଭାରେ ଯୋଗଦେବେ। ଅପରାହ୍ନ ୩ଟାରେ ମାଝଗାଓଁ ସ୍କୁଲ୍ ପଡ଼ିଆରେ ସଭାକୁ ସମ୍ବୋଧନ କରିବେ। ଅପରାହ୍ନ ୫ଟାରେ ଚାଇବାସା ସର୍କିଟ୍ ହାଉସରେ ପହଞ୍ଚି ରାତ୍ରିଯାପନ କରିବେ। ଅକ୍ଟୋବର ୧ରେ ଚାଇବାସାରେ ଜନସଭାକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ। ୧ ତାରିଖ ଅପରାହ୍ନ ୪ଟା ୧୦ରେ ରାଞ୍ଚିରୁ ଭୁବନେଶ୍ଵର ଫେରିବେ।