Odisha Link
Bridging the Missing Links in Odisha

ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଅମର ପ୍ରୀତ ସିଂହ

ଓଏଲ୍‌ ବ୍ୟୁରୋ: ବାୟୁସେନାର ମୁଖ୍ୟ ହେଲେ ଏୟାର ମାର୍ଶଲ ଅମର ପ୍ରୀତ ସିଂହ। ତାଙ୍କ ନିଯୁକ୍ତି ଉପରେ ଭାରତ ସରକାର ମୋହର ମାରିଥିବାବେଳେ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଭାରତୀୟ ବାୟୁସେନାରେ ଏୟାର ମାର୍ଶଲ ଅମର ପ୍ରୀତ ଏୟାର ଷ୍ଟାଫର ଉପ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କୁ ବର୍ତ୍ତମାନ ଏୟାର ମାର୍ଶଲରୁ ଏୟାର ଚିଫ ମାର୍ଶଲକୁ ପଦୋନ୍ନତି ମିଳିଛି। ଏୟାର ଚିଫ୍ ମାର୍ଶଲ ଭି.ଆର ଚୌଧୁରୀଙ୍କ ଠାରୁ ବାୟୁସେନା ମୁଖ୍ୟ ଭାବେ ଏୟାର ମାର୍ଶଲ ଅମର ପ୍ରୀତ ସିଂହ ଦାୟିତ୍ୱ ଗ୍ରହଣ କରିଛନ୍ତି।