Odisha Link
Bridging the Missing Links in Odisha

କେନ୍ଦୁଝରରେ ପ୍ରତିଷ୍ଠା ହେବ ମେଗା ଷ୍ଟିଲପ୍ଲାଣ୍ଟ, ଗଠନ ହେଲା ଟାସ୍କଫୋର୍ସ

ଓଏଲ୍‌ ବ୍ୟୁରୋ: କେନ୍ଦୁଝରରେ ପ୍ରତିଷ୍ଠା ହେବ ମେଗା ଷ୍ଟିଲ ପ୍ଲାଣ୍ଟ। ଏଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ ହୋଇଛି। କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଟାସ୍କଫୋର୍ସ ଗଠନ ହୋଇଛି। ଟାସ୍କଫୋର୍ସର ଅଧ୍ୟକ୍ଷତା କରିବେ ମୁଖ୍ୟ ଶାସନ ସଚିବ। ଶିଳ୍ପ ପ୍ରତିଷ୍ଠା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା, ବିଦ୍ୟୁତ , ଜଳ, ଜମି ସମସ୍ୟାର ସମାଧାନ ଦିଗରେ କାମ କରିବ ଏହି ଟାସ୍କ ଫୋର୍ସ।

ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ ବିଭିନ୍ନ ଆଗ୍ରହୀ ଶିଳ୍ପ ସଂସ୍ଥା ସହିତ ଆଲୋଚନା କରି ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବ। ବିଶେଷଜ୍ଞଙ୍କ କହିବା କଥା, ଶିଳ୍ପ ପାଇଁ କେନ୍ଦୁଝରରେ ଅନୁକୂଳ ବାତାବରଣ ରହିଛି, ହେଲେ ଜମି ଅଧିଗ୍ରହଣ ହୋଇପାରେ ଚ୍ୟାଲେଞ୍ଜ। ସରକାର କହିଛନ୍ତି, ୨୦୨୯ ସୁଦ୍ଧା ଅଢେଇ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଲକ୍ଷ୍ୟ ରହିଛି।